ସୋନପୁର କଲେଜରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ସୁବର୍ଣ୍ଣପୁର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସୋନପୁର ସରକାରୀ ମହାବିଦ୍ୟାଳୟ ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମିତ୍ତ ମହାବିଦ୍ୟାଳୟ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ସଭା ମହାବିଦ୍ୟାଳୟ ପ୍ରିନ୍ସିପାଲ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ତୁଷାର କାନ୍ତ ମହାପାତ୍ର ଇନିସ୍ପେକ୍ଟର ଭିଜିଲେନ୍ସବତଥା ଅନ୍ୟତମ ଅତିଥିଭାବେ ସୌରଭ ରଞ୍ଜନ ଖମାରୀ, ଓଡ଼ିଆ ଅଧ୍ୟାପକ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ଲେଫ୍ଟନାଣ୍ଟ ଆଶିଷ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା ସଭା ଅବସରରେ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ସଭାରେ ମହାବିଦ୍ୟାଳୟର ଶତାଧିଜ ଛାତ୍ରଛାତ୍ରୀ ସହ ଅଧ୍ୟାପକ ଅଧ୍ୟାପିକା ସମେତ ଦୁର୍ନୀତି ବିଭାଗ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment