ଦଶପଲ୍ଲା: ସାହାରା ସଂସ୍ଥା ଜମାକାରୀଙ୍କୁ ପ୍ରଲୋଭିତ କରି ଜମା ଟଙ୍କା ନେଉଛି, ମାଚ୍ୟୁରିଟି ପରେବି ଟଙ୍କା ଫେରସ୍ତ ଦେଉ ନାହିଁ, ଜମାକାରୀ ଟଙ୍କା ମାଗିବାରୁ ସେବୀ ଟଙ୍କା ନେଇଯାଇଥିବାର ମିଛ ସଫେଇ ଦିଆଯାଉଛି । ମାଚୁରିଟି ଟଙ୍କା ଫେରସ୍ତ ନକଲା ପର୍ଯ୍ୟନ୍ତ ଜମା ଆଦାୟ ବନ୍ଦ ପାଇଁ ଦାବି କରି ଆଜି ଦଶପଲ୍ଲା ଅଞ୍ଚଳର ଅନେକ ଜମାକାରୀ ସାହାରା କାର୍ଯ୍ୟାଳୟ ଖୋଲିବା ପୂର୍ବରୁ ଏହାକୁ ଘେରି ରହିଥିଲେ, ଏହା ଦେଖି କେତେକ ତଳିଆ କର୍ମଚାରୀ ଆସି ଫେରିଗଲେ, ଉପର ପଦସ୍ଥ ଅଧିକାରୀ ନ ଆସି ଲୁଚି ରହିଥିଲେ । ଏହି ଜମାକାରୀ ମାନେ ମାଚ୍ୟୁରିଟି ଦାବି କଲାବେଳେ ଜମାକାରୀ ମିଳିତ ମଞ୍ଚର ନୟାଗଡ଼ ଜିଲ୍ଲା ସଭାପତି ଚଣ୍ଡାଳ ପ୍ରଧାନଙ୍କ ସମେତ ବାଉରିବନ୍ଧୁ ସାହୁ, ସନ୍ତୋଷ ରଣା, ଗିତାଞ୍ଜଳି ଦାଶ, ମମତା ମିଶ୍ର, ବସନ୍ତ ମଞ୍ଜରି ଦାସ, ଗାୟତ୍ରୀ ନାୟକ, ବିଶ୍ୱନାଥ ନାୟକ, ପ୍ରଭାତି ସାହୁ, ପାଲୁଣି ନାୟକ ବ୍ରଜକିଶ୍ୱର ଦାଶ,କୁବେର ପାତ୍ର ପ୍ରମୁଖଙ୍କ ସମେତ ଶତାଧିକ ଜମାକାରୀ ଜମାରାଶିର ମାଚ୍ୟୁରିଟି ଦାବିରେ ସାହାରା କାର୍ଯ୍ୟାଳୟ ଘେରାଉ କରିଥିଲେ ।