ହରଭଙ୍ଗା :ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ଼ ଅଧିନସ୍ଥ କୁସଙ୍ଗ ରେଞ୍ଜ ଗୋଲାଈ ଘାଟି ଆଣ୍ଟି ପ୍ରୋଚିଂ ଗୃହରୁ ବହୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି । ଖବର ଅନୁଯାଇ ଉକ୍ତ କୁସଙ୍ଗ ବିଟ ଗୋଲାଈ ଘାଟି ଆଣ୍ଟି ପ୍ରୋଚିଂ ଗୃହରେ ୭ମାସ ହେଲା ଏକ ଇନ୍ଭର୍ଟର, ସୋଲାର ବ୍ୟାଟେରୀ ୧ଟି , ସୋଲାର ପ୍ଲେଟ ୨ଗୋଟି ଓ ବଲବ ଗୋଟିଏ ସରକାରୀ କାର୍ଯ୍ୟରେ ଲାଗୁଥିଲା ଓ ଏହି ସବୁ ଜିନିଷ ଚଳିତ ମାସ ୩ତାରିଖ ରାତ୍ରିରେ ଗୃହର ତାଲା କାଟି ଚୋରି ହୋଇଥିବାର ବନରକ୍ଷୀ ଅର୍ଚ୍ଚନା ଦୁର୍ଗା ହରଭଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ହରଭଙ୍ଗା ଥାନା ପକ୍ଷରୁ ଉକ୍ତ ଚୋରି ଘଟଣାର ତଦନ୍ତ ଚାଲୁରହିଥିବା ବେଳେ ଏ ପର୍ଯ୍ୟନ୍ତ ଚୋରି ଜିନିଷ ଓ ଚୋରର କୌଣସି ସନ୍ଧାନ ମିଳିନଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।