କଳାବ୍ୟାଜ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଫୁଲବାଣୀ: ରାଜ୍ୟ ନେତୃମଣ୍ଡଳୀଙ୍କ ଆହ୍ୱାନ କ୍ରମେ କନ୍ଧମାଳ ଜ଼ିଲ୍ଳାର ବ୍ଲକଠାରୁ ଆରମ୍ଭ କରି ସଦରମହାକୁମା ତଥା ଜିଲ୍ଳା ଭିତରେ ଥିବା ସରକାରୀ ଦପ୍ତରରେ ବିଭିନ୍ନ ବିଭାଗର ସବୁ ବର୍ଗର ଆଉଟସୋର୍ସିଂ କର୍ମଚାରୀ ଶାନ୍ତିଶୃଙ୍ଖଳାର ସହ ତା.୧୪.୧୧. ୨୦୨୨ରିଖ ଠାରୁ ସୁଚାରୁରୂପେ କଳାବ୍ୟାଜ ପରିଧାନ କରି ନିଜ ନିଜର ବିଭାଗର କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଭାବେ ତୁଲାଇ ଏହି କଳାବ୍ୟାଜ ପରିଧାନକୁ ଆଜି ଅନ୍ତିମ ଦିବସରେ ପହଞ୍ଚେଇ ସାରିଛନ୍ତି । ଆଜିର ଏହି କଳାବ୍ୟାଜର ଅନ୍ତିମ ଦିବସକୁ ସଫଳ ରୂପାୟନ କରିବା ପାଇଁ ବିଭନ୍ନ ବିଭାଗର କର୍ମଚାରୀ ହାରାହାରି ୪୦୦ରୁ ଉର୍ଦ୍ଧ୍ୱ ଏକତ୍ରିତ ହୋଇ ଓଜିଓଇଏଫ କନ୍ଧମାଳ ଶାଖାର ଜିଲ୍ଳା ସଭାପତି ଓ ଅନ୍ୟ ଜିଲ୍ଲା କର୍ମକର୍ତ୍ତାଙ୍କ ଅଧକ୍ଷତାରେ କଳାବ୍ୟାଜ ପରିଧାନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ କନ୍ଧମାଳ ଜ଼ିଲ୍ଲାର ମୁଖ୍ୟ ଚିକିତ୍ସାଳୟର ପଛ ପାର୍ଶ୍ୱରେ ଥିବା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସମ୍ମୁଖରେ ଶେଷ କରାଯାଇଅଛି ।

ସର୍ବଶେଷରେ ଜିଲ୍ଲା ସଭାପତି ଓ ସମ୍ପାଦକ ଦ୍ୱୟ ଗଣ ମାଧ୍ୟମକୁ ଜଣାଇଛନ୍ତି ଯେ ଆମେମାନେ କଳାବ୍ୟାଜ କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରି ତା. ୨୦.୧୧. ୨୦୨୨ରିଖ ପର୍ଯ୍ୟନ୍ତ ଓଡ଼ିଶାର ବାରେଣ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ୫-ଟି ସଚିବ ମହୋଦୟଙ୍କୁ ଅନୁରୋଧ କରୁଅଛୁକି ଯେପରି ୧୫.୧୦.୨୦୨୨ ରିଖରେ ଏକ ଐତିହାସିକ ବିଷୟ ସୃଷ୍ଟି କରି ୨୦୧୩ ମସିହାର ଚୁକ୍ତି ଭିତ୍ତିକ ନିୟମା ବଳୀର ବର୍ଗ (କ) ଦର୍ଶାଯାଇଥିବା ଚୁକ୍ତି ଭିତ୍ତିକ ପ୍ରଥାକୁ ରଦ୍ଦକରି ସାରା ଓଡିଶାରୁ ଚୁକ୍ତି ଭିତିକ ପ୍ରଥାକୁ ବିଲୋପ କରି ସ୍ଥାୟୀ ନିଯୁକ୍ତି ପ୍ରଥାକୁ ପ୍ରଣୟନ କରିଛନ୍ତି । ସେଇପରି ସେହି ୨୦୧୩ ନିୟମାବଳୀର ଦର୍ଶାଯାଇଥିବା ବର୍ଗ-(ଖ) ଥିବା କୁଶ୍ଚିତ ଆଉଟ ସୋର୍ସିଙ୍ଗ ପ୍ରଥାକୁ ମଧ୍ୟ ଓଡିଶାରୁ ବିଲୋପ କରି ସାରା ଓଡ଼ିଶାର ସରକାରୀ ଦପ୍ତରରେ ଥିବା ବିଭିନ୍ନ ବର୍ଗର ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ଅନୁରୋଧ ଯଦି ଆଗାମୀ ଦିନରେ ସରକାର ଏଥିପ୍ରତି କିଛିବି ଗୁରୁତ୍ୱ ନଦିଅନ୍ତି ତେବେ ଆମ ରାଜ୍ୟଶାଖାର ଆହ୍ୱାନ କ୍ରମେ ଆମେ ତା.୨୬.୧୧. ୨୦୨୨ରିଖରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ଥିବା ବିଭିନ୍ନ ବର୍ଗର ଆଉଟ ସୋର୍ସିଂ କର୍ମଚାରୀ ପାଖାପାଖି ୨୦୦୦ରୁ ଉର୍ଦ୍ଧ୍ୱ ସଦଳ ବଳେ ବାହାରି ଭୁବନେଶ୍ୱରର ଲୋୟର ପିଏମଜିରେ ଗଣଧାରଣା କାର୍ଯ୍ୟକ୍ରମରେ ଯୋଗଦେଇ ଶାନ୍ତିପୂର୍ଣ୍ଣ ଭାବେ ଶକ୍ତିପ୍ରଦର୍ଶନ କରି ଗଣଧାରଣା କାର୍ଯ୍ୟକ୍ରମକୁ ସଫଳ କରବୁ ।

Comments (0)
Add Comment