ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଜନ ଆରୋଗ୍ୟ ସମିତି ବୈଠକ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ କଲ୍ୟାଣ ସମିତି ବୈଠକ ଡ଼ଃ ସୁମନ ସୌରଭ ଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ସମ୍ମାନିତ ଅତିଥି ଭାବେ ଏବିଡିଓ ପ୍ରମୋଦ କୁମାର ମିଶ୍ର, ୬ ନଂ ଜିଲ୍ଲା ପରିଷଦ ସଭ୍ୟ ।କଳ୍ପନା ରାନୀ ସାହୁ, ବାଉଁଶୁଣି ମେଡ଼ିକାଲ ଅଫିସର ଡ଼ଃ ଅନ୍ତର୍ଯ୍ୟାମୀ ବେହେରା, ଲଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ଆୟୁଷ ଡ଼ଃ ରାମାକାନ୍ତ ନନ୍ଦ,ବିପିଓ ସୁଧାଂଶୁ ଶେଖର ପ୍ରଧାନ ଯୋଗ ଦେଇଥିଲେ । ପ୍ରଥମେ ଶ୍ରୀ ଧର ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ପୂର୍ବରୁ ରୋଗୀ କଲ୍ୟାଣ ସମିତିକୁ ପରିବର୍ତ୍ତନ କରି ଏହାକୁ ଜନ ଆରୋଗ୍ୟ ସମିତି ନାମରେ କରିବାକୁ ପ୍ରସ୍ତାବ ଆଗତ କରଯାଇଥିଲା । ଆରକେଏସ୍‌ ରେ ଥିବା ୭୫ ହଜାର ଟଙ୍କା ବର୍ତ୍ତମାନ ୧ ଲକ୍ଷ ୭୫ ହଜାର ଟଙ୍କା ହୋଇଥିବା ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଣ୍ଡିଆ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଅନୁଦାନ ଲୋକଙ୍କ ହିତ ପାଇଁ ଖର୍ଚ୍ଚ କରିବା ପାଇଁ କହିଥିଲେ । ଜନ ଆରୋଗ୍ୟ ସମିତି କିପରି ସୋସାଇଟି ଆକ୍ଟ ରେ ପଞ୍ଜିକରଣ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ବିପିଏମ୍‌ ଶ୍ରୀ ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ମେଡ଼ିକାଲର ସମସ୍ତ ଘର ବର୍ଷା ପାଣି ଗଳିବା ସହିତ ଛାତରୁ ଚକଡ଼ା ଛାଡିବା ସମ୍ପର୍କରେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରିସରରେ ଥିବା ଏକ ମାତ୍ର ନଳକୂଅର ଚତୁଃପାଶ୍ୱର୍ରେ ପାଣି ଜମୁଥିବାରୁ ଏହାର ପ୍ରତିକାର କରିବାକୁ ସରପଞ୍ଚ ଶ୍ରୀମତୀ ପୁରୋହିତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଡ଼ଃ ରାମାକାନ୍ତ ନନ୍ଦ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment