ବିଜେଡ଼ିର ଜନସଂପର୍କ ପଦଯାତ୍ରାରେ ସାମିଲ ହେବେ ନବୀନ

ଭୁବନେଶ୍ୱର : ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରାରେ ସାମିଲ ହେବେ ଦଳର ସୁପ୍ରିମୋ  ନବୀନ ପଟ୍ଟନାୟକ । ସେ ତାଙ୍କର ଜନ୍ମଦିନରେ ଏହି କାର୍ଯ୍ୟକ୍ରମରେ  ଯୋଗ ଦେବେ । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ପଣ୍ଡା ଏପରି ସୂଚନା ଦେଇଛନ୍ତି ।  

ଅକ୍ଟୋବର ୧୬ ତାରିଖରେ  ନବୀନଙ୍କ ଜନ୍ମଦିନ । ସେହି ଦିନ ସକାଳେ ସେ ବିଜେଡିର ଜନସଂପର୍କ ପଦଯାତ୍ରାରେ ଯୋଗ ଦେବେ । ଭୁବନେଶ୍ୱରର ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରେ ଏହି ପଦଯାତ୍ରା ହେବ । ସେଠାରେ  ପିଲାଙ୍କ ସହ ସମୟ ବିତାଇବା ସହ ମିଠା ବାଣ୍ଟିବେ । ଏହାପରେ ନବୀନ ଏସ୍‌ଓଏସ୍‌ ଭିଲେଜ୍‌ ଯିବେ । ଏଠାରେ ଅନ୍ତୋବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ । ସାରା ରାଜ୍ୟରେ ନିରାଡ଼ମ୍ବର ଭାବେ ନବୀନଙ୍କ ଜନ୍ମଦିନ  ପାଳନ କରାଯିବ । ଉତ୍କଳମଣି  ଗୋପବନ୍ଧୁ ଦାସଙ୍କ ଜୟନ୍ତୀରୁ  ବିଜେଡିର ଜନସଂପର୍କ ପଦାଯାତ୍ରା  ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ  ସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲିଛି । ଏହି ଅବସରରେ ନବୀନ ପଟ୍ଟନାୟକ  ଗଙ୍ଗନଗରଠାରେ ଏହି ପଦଯାତ୍ରା କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Comments (0)
Add Comment