ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଭୁବନେଶ୍ୱର: ଆଜି ସକାଳୁ ଭିଜିଲାନ୍ସ ଜାଲରେ ଫସିଛନ୍ତି ଯୋଗାଣ ଅଧିକାରୀ । ନୂଆପଡା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ ଚାଲିଛି । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରୁଛି । ବର୍ତ୍ତମାନ ନୂଆପଡା ଓ କଟକରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି । ରେଡ୍ ବେଳେ ୧କୋଟି ୧୩ଲକ୍ଷର ବୀମା ରାଶି, ଚୌଦ୍ୱାରରେ ୩ଏକର ଜମି ଠାବ । ୪୯୮ଗ୍ରାମର ସୁନା ଗହଣା ଓ ଅଢେଇ କେଜିର ରୂପା ଗହଣା ଠାବ କରାଯାଇଛି । କଟକ ଚାଉଳିଆଗଞ୍ଜରେ ଏକ ୩ ମହଲା କୋଠା ଠାବ ହୋଇଛି । ସେହିପରି ବାଲିସାହିରେ ୨ମହଲା କୋଠା ରହିଛି । ମଧୁପାଟଣାରେ ନିଜ ନାଁରେ ଗୋଟିଏ କଲ୍ୟାଣ ମଣ୍ଡପ ରହିଥିବା ଜଣାପଡିଛି ।

Comments (0)
Add Comment