ଏକକ ବିଦ୍ୟାଳୟ ଶୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

ନବରଙ୍ଗପୁର:- ସ୍ଥାନୀୟ ଆଁଉଳୀସ୍ଥିତ ଗୋଶାଳା ପରିସର ମଧ୍ୟରେ ଏକକ ଅଭିଯାନର ଉଦଯାପନ ଉତ୍ସବ ସମାପ୍ତ ହୋଇଛି । ଅନ୍ତିମ ସତ୍ରରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଶାସନିକ ପ୍ରମୁଖ ସର୍ବେଶ୍ୱର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶେଷ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଜୀବର୍ଦ୍ଧନ ସାହୁ ଅନୁଷ୍ଠାନ ଦ୍ୱାରା ସମାଜର ଅଭାବୀ ମଣିଷ କିପରି ତାର ଧର୍ମ, ସଂସ୍କୃତି ସହ ନିଜର ପ୍ରକୃତ ପରିଚୟ ଫେରିପାଇଛି ବର୍ଣ୍ଣନା କରିଥିଲେ । ବୈଭବଶାଳୀ ରାଷ୍ଟ୍ର ଗଠନର ଏହା ସବୁଠୁ ବଡ ଆଧାର ବୋଲି କହିଥିଲେ ।ହୃଷିକେଶ ଦାଶ କର୍ମଜୀବି ହେବାର ମନ୍ତ୍ର ଦେଇଥିଲେ । ଶ୍ରୀମତୀ ହେମଲତା ମାଝୀ ସନାତନ ଧର୍ମର ମହାଜାଗତୀୟ ଚିନ୍ତନ ଉପରେ ମାର୍ଗଦର୍ଶନ କରିଥିଲେ । ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ବର୍ଗରେ ଓଡ଼ିଶାର ବିଭିନ୍ନ ସଞ୍ଚର ୪୬ ଜଣ ପ୍ରମୁଖ ଥିଲେ । ବିଭିନ୍ନ ସମୟରେ ସୁଭାଷ ଜୈନ ଗବୌଷଧି,ହରେକୃଷ୍ଣ ବିଷୟୀ କର୍ମ ନିଷ୍ଠତା, ବିପିନ ମିଶ୍ର ଆରୋଗ୍ୟ ସେବା, ସୁଭାଷିନୀ ମହାନ୍ତି ଶିକ୍ଷା, ଚିନ୍ତାମଣି ସାହୁ ସଂଗଠନ, ଇତିଶ୍ରୀ ମିଶ୍ର ମାତୃଶକ୍ତି, ଡାକ୍ତର ସତ୍ୟନାରାୟଣ ଶତପଥୀ ସ୍ୱଚ୍ଛତା ଉପରେ ଶିକ୍ଷା ଦାନ କରିଥିଲେ । ଅନ୍ତିମ ଦିନରେ ଚକ୍ରେଶ ଜୈନ, ଦେବେନ୍ଦ୍ର ପ୍ରଧାନ, ସୁବାଶ ଅଗ୍ରୱାଲ,ଗୌରୀଶଙ୍କର ମାଝି, ବାଙ୍କ ବିହାରୀ ବିଷୟୀ, ନରହରି ପେଣ୍ଟିଆ, ମୋହନ ଦୋରା, ସୁଶୀଳ ଖୁଡି, ରୂପଧର ସାନ୍ତା, ରାଖି ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ମଣ୍ଡନ କରିଥିଲେ ।

Comments (0)
Add Comment