ସମ୍ବଲପୁର : ସମ୍ବଲପୁରୀ ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇବାକୁ ଦାବି ହେଉଛି । ଏଭଳି ସମୟରେ ସମ୍ବଲପୁରୀ ଭାଷାରେ ଖବର ପତ୍ରିକାର ଅଭାବକୁ ଦୂର କରିବା ପାଇଁ ମାସିକ ଖବର ପତ୍ରିକା “ସମ୍ବଲପୁରୀ ଦର୍ପନ’ ଇଷ୍ଟଦେବୀ ସମଲେଈଙ୍କ ମନ୍ଦିରରେ ଉନ୍ମୋଚିତ ହୋଇଯାଇଛି ।
ସମ୍ବଲପୁରୀ ଦର୍ପନ ପତ୍ରୀକାରେ ଘଟଣାର ତର୍ଜମା ସହ ପଶ୍ଚିମାଂଚଲର ଇତିହାସ, ସଂସ୍କୃତି, ପର୍ଯ୍ୟଟନ ବିଷୟରେ ଖବର ପ୍ରକାଶିତ ହେବ । ମାଁ ସମଲେଈଙ୍କ ନିକଟରେ ପତ୍ରୀକାର ପ୍ରଥମ ସଂଖ୍ୟା ସମର୍ପଣ ପରେ ମନ୍ଦିର ସମ୍ମୁଖରେ ପତ୍ରୀକାର ଉନ୍ମୋଚନ କରାଯାଇଥିଲା । ଏହାସହ କମଲ ଲୋଚନ ପଣ୍ଡାଙ୍କ ରଚିତ ସମଲେଶ୍ୱରୀ ଅଷ୍ଟକମ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଉନ୍ମୋଚନର ଏହି କାର୍ଯ୍ୟକ୍ରମ ଅବସରରେ ଗବେଷକ ଡ. ଶ୍ୟାମସୁନ୍ଦର ଧର, ଡ ପ୍ରମୋଦ ରଥ, ଡ. ସ୍ୱୟଂ ପ୍ରକାଶ ପଣ୍ଡା, ସୁବୋଧ କୁମାର ଦୋରା, କାଲିନ୍ଦି ପ୍ରତାପ ସିଂହ, ନିର୍ମଳ ଚନ୍ଦ୍ର ପ୍ରଧାନ, ମାନସ କୁମାର ଷଡଂଗୀ, ପ୍ରଦୀପ ରଂଜନ ପାଣିଗ୍ରାହୀ, ପଦ୍ମାସିନୀ ସେଠ, ପଂକଜିନୀ ମେହେର, ସୁରେନ୍ଦ୍ର ବଗର୍ତୀ, ଦେବୀ ପ୍ରସାଦ ଭୋଇ, ଲଲିତ ମୋହନ ବେବର୍ତ୍ତା, କମଲ ଲୋଚନ ପଣ୍ଡା, ଅମିତାଭ ମାଝୀ, ଜନ୍ମେଜୟ ବାବୁ, କାନ୍ତି ମେହେର, ଆଲୋକିନୀ ଆଚାର୍ଯ୍ୟ, ସୁଦାମ ମେହେର, କ୍ଷୀରେଶ୍ୱର ପ୍ରଧାନ, ଚିତରଂଜନ ବଡପଣ୍ଡା, କ୍ଷେତ୍ରମଣୀ ବିଭାର, ସୌମ୍ୟ ଶାଶ୍ୱତ ଭୋଇ, ରାହୁଲ ଗୁପ୍ତା, ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ, ପତ୍ରୀକାର ପ୍ରକାଶିକା ଡଲିମା ଭୋଇ, କାର୍ଯ୍ୟକାରୀ ସମ୍ପାଦକ ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ଭବାନୀଶ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।