ବାର ଦିନରେ ପହଞ୍ଚିଲା ଅମଲା ହରତାଳ : ଠପ ହୋଇ ପଡିଛି କଣ୍ଟାମାଳ କାର୍ଯ୍ୟାଳୟ

କଣ୍ଟାମାଳ: ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଆରମ୍ଭ ହୋଇ ଥିବା ଅମଲା ହରତାଳ ଆଜି ଦୀର୍ଘ ବାର ଦିନରେ ପହଞ୍ଚି ଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅମଲା ଶୂନ୍ୟ ହୋଇ ପଡିଛି, ଫଳରେ କାର୍ଯ୍ୟାଳୟ ଗୁଡିକର ଫାଇଲ ଆଲମିରାର ଚାରି କାନ୍ଥରୁ ବାହାରି ନପାରି କାର୍ଯ୍ୟାଳୟ ଗୁଡିକର କାର୍ଯ୍ୟାଧାରା ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । କଣ୍ଟାମାଳ ବ୍ଲକର ତହସିଲ, ବ୍ଲକ, ଗୋଷ୍ଠୀ ଶିକ୍ଷା ବିଭାଗ, ସମ୍ୱନ୍ୱିତ ଶିଶୁ ବିଭାଗ, ଟ୍ରେଜେରୀ, ସବ ରେଜିଷ୍ଟାର ବିଭାଗର ମୋଟ ୨୬ଜଣ ଅମଲା ହରତାଳରେ ସାମିଲ ହୋଇ ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉ ଥିବା ଦେଖିବାକୁ ମିଳିଛି । କଣ୍ଟାମାଳ ବ୍ଲକ ସମ୍ମୁଖରେ ପ୍ରବଳ ଖରାକୁ ଖାତିର ନକରି ଅମଲା ସଂଘ ତରଫରୁ ଧାରଣା ଦିଆଯାଇ ବିଭିନ୍ନ ସ୍ଲୋଗାନ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅମଲା ସଂଘର ଧରଣାକୁ ସମର୍ଥନ ଜଣାଇ ରାଜ୍ୟ ବିଜେପି ଯୁବା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର ଧାରଣା ସ୍ଥଳକୁ ଯାଇ ଅମଲା ସଂଘର ଦାବୀ ଗୁଡିକୁ ସମର୍ଥନ କରିଥିବା ଜଣାପଡିଛି ।

Comments (0)
Add Comment