ବାରିକୁମ୍ପାରେଠାରେ ଧୁମଧାମରେ ପାଳିତ ହେଲା ହୋଲି ପର୍ବ

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ୍‌ ଅନ୍ତର୍ଗତ ମା’ ବରାଳ ଦେବି ମନ୍ଦିର ନିକଟସ୍ଥ ବଲସକୁମ୍ପା ପଞ୍ଚାୟତରେ ଥିବା ବାରୀକୁମ୍ପାଠାରେ ପାଳିତ ହେଇଯାଇଛି ଦୋଳ ଯାତ୍ରାର ହୋଲି ପର୍ବ । ଏହି ହୋଲି ପର୍ବଟି ୨୦୨୦ ରୁ ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ବନ୍ଦ ହୋଇଥିଲା । ଏବର୍ଷ କୌଣସି କଟକଣା ନଥିବାରୁ ଜନସାଧାରଣ ଅତ୍ୟନ୍ତ ଉତ୍ସାହ ସହକାରେ ହୋଲି ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ପୌରାଣିକ ନାଟକ ମଧ୍ୟ ମଞ୍ଚସ୍ଥ ହେଇଥିଲା । ଦୁଇ ବର୍ଷ ହେଲା ଦୋଳ ଯାତ୍ରା ବନ୍ଦ ହେଇଥିବା ଯୋଗୁଁ ଏଥର ଯାତ୍ରାରେ ଦର୍ଶକଙ୍କ ଭିଡ଼ ଜମିଥିଲା । ଅତି ଆନନ୍ଦରେ ଦର୍ଶକ ପୌରାଣିକ ନାଟକ ଟିକୁ ଉପଭୋଗ କରିଥିଲେ ।

Comments (0)
Add Comment