ଆସିକା ସୁରି ମହାନ୍ତି ହତ୍ୟାକାଣ୍ଡ ଘଟଣାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ

ଗଞ୍ଜାମ : ୨୦୦୮ ଗଞ୍ଜାମ ଜିଲ୍ଲା ଆସିକା ର ବହୁଚର୍ଚ୍ଚିତ ସୁରି ମହାନ୍ତି ହତ୍ୟା ଘଟଣାର ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟ । ଦୀର୍ଘ ନଅ ବର୍ଷ ବିଚାରଣ ପରେ କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି ।ଏହି ଘଟଣାରେ ସମ୍ପୃକ୍ତ ସାତ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ କୋର୍ଟ ନିର୍ଦ୍ଦୋଷ ରେ ଖଲାସ କରିଥିବା ବେଳେ ଅନ୍ୟ ଦୁଇଜଣ ବିକ୍ରମ ମଲ୍ଲିକ ଓ ସୁଶୀଲ ବେହେରାଙ୍କୁ ୨୦ ହଜାର ଟଙ୍କା ଜରିମାନା ସହିତ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ଏହି ମାମଲା ୨୦୧୩ ଠାରୁ ବିଚାରଣ ଚାଲିଥିବା ବେଳେ ଆଜି ରାୟ ପ୍ରକାଶ କରିଛନ୍ତି କୋର୍ଟ । ତେବେ କୋର୍ଟଙ୍କ ଏହି ରାୟ ବିରୋଧରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଅପିଲ କରାଯିବା ନେଇ କହିଛନ୍ତି ଅପରାଧୀଙ୍କ ମକଦ୍ଦମା ଲଢ଼ୁଥିବା ଆଇନଜୀବୀ ।

Comments (0)
Add Comment