ଭୋଟର ତାଲିକା ସମ୍ବନ୍ଧୀୟ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ବୈଠକ

ଭବାନୀପାଟଣା : ଭବାନୀପାଟଣା ଉପଖଣ୍ଡ ଉପ-ଜିଲ୍ଲାପାଳ ଡ. ବିଶ୍ୱଜିତ୍‌ ଦାସଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ବିଷୟରେ ଜାତୀୟ ତଥା ରାଜ୍ୟ ସ୍ତରୀୟ ରାଜନୈତିକ ଦଳ ମାନଙ୍କୁ ନେଇ ତା ୦୧.୧୨.୨୦୨୩ ରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ଦାବି ଓ ଆପତ୍ତି ପାଇଁ ଭବାନୀପାଟଣା ଉପଖଣ୍ଡ ନିର୍ବାଚନ ମଣ୍ଡଳିର ରାଜନୈତୀକ ଦଳମାନଙ୍କର ସଭିପତି ଏବଂ ସମ୍ପାଦକ ମାନଙ୍କ ଉପସ୍ଥିତିରେ ଫର୍ମ -୯,୧୦,୧୧, ୧୧ (କ) ଗୁଡିକ ବିଷୟରେ ଉପ-ଜିଲ୍ଲାପାଳ ଆଲୋକପାତ କରାଇବା ସହ ଉକ୍ତ ଫର୍ମ ଗୁଡିକ ହସ୍ତାନ୍ତର କରାଇ ଥିଲେ ।
ଏହା ବ୍ୟତିତ ଉପ-ଜିଲ୍ଲାପାଳ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନୂତନ ପଞ୍ଜିକରଣ ଏବଂ ବାଦ୍‌ ପଡ଼ିଯାଇଥିବା ଭୋଟରମାନଙ୍କୁ ଭୋଟର ତାଲିକା ଭୁକ୍ତ କରିବା ନିମନ୍ତେ ସେମାନଙ୍କର ମତାମତ ଲୋଡ଼ିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଉପ-ଜିଲ୍ଲାପାଳ ରାଜନୈତୀକ ଦଳମାନଙ୍କୁ ନିଜ ନିଜ ବୁଥ୍‌ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।ଶେଷରେ ଉପ-ଜିଲ୍ଲାପାଳ ସଭାରେ ଉପସ୍ଥିତଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେଏବଂ ସଭା ସାଙ୍ଗ କରାଯାଇଥିଲା ।

Comments (0)
Add Comment