ପୁରୀ : ଆନ୍ତର୍ଜାତୀୟମହିଳା ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ଚିତ୍ତାକର୍ଷକ ବାଲୁକା କଳା ନିର୍ମାଣ କରିଛନ୍ତି । ସମାଜରେ ନାରୀ ପୁରୁଷ ସମାନ । ତେଣୁ ନାରୀକୁ ଉଚିତ ସମ୍ମାନ ପ୍ରଦର୍ଶନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ୧୫ଫୁଟ ଲମ୍ବ ଏହି ବାଲୁକା କଳା ନିର୍ମାଣ କରିବାରେ ୧୫ ଟନ ବାଲି ବ୍ୟବହାର କରାଯାଇଛି । ୭ଘଂଟାର ପରିଶ୍ରମରେ ଏହା ନିର୍ମାଣ କରାଇଯାଇଛି ।ନାରୀ ଓ ପୁରୁଷ ମଧ୍ୟରେ କୌଣସି ଭେଦଭାବ ନରଖିବାକୁ ସେ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ।