ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ହରଭଙ୍ଗା : ପ୍ରାଥମିକ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେବା ପାଇଁ ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ପ୍ରସ୍ତାବିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର କ୍ଷେତ୍ର ପରିଦର୍ଶନ କରିଥିଲେ । ପ୍ରକାଶ ଥାଉକି ବୀରନରସିଂହପୁରଠାରେ ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ୭ନଂ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ବିଭିନ୍ନ ସମୟରେ ଦାବୀ କରିଆସୁଥିଲେ । ଲୋକଙ୍କ ପାଖରେ ଉତ୍ତମ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଏକ ଡାକ୍ତରଖାନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ସରକାରଙ୍କୁ ଏ ବାବଦରେ ଜଣାଇଥିଲେ । ବୀରନରସିଂପୁର ଆରଏମସି ମାର୍କେଟୟାର୍ଡ ନିକଟରେ ଥିବା ଏକ ଏକରରୁ ଉଦ୍ଧ୍ୱର୍ ସରକାରୀ ଜମିରେ ପ୍ରସ୍ତାବିତ ଡାକ୍ତରଖାନା ଖୋଲିବା ପାଇଁ ସିଡିଏମଓ କ୍ଷେତ୍ର ପରିଦର୍ଶନ କରିଥିଲେ । ଏହାପରେ ବୀରନରସିଂହପୁରଠାରେ ଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରିଥିବା ଜଣାପଡିଛି ।

Comments (0)
Add Comment