ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର -ଆଜି ରାଜ୍ୟ କ୍ୟାବିନେଟର ୨୫ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୦୩ ଟି ବିଭାଗର ୦୪ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl l
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗର ୨ ଟି ପ୍ରସ୍ତାବ ଆଲୋଚନା ପୂର୍ବକ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଥିଲା l
୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ ତାରିଖରୁ ୧୭ ତମ ବିଧାନ ସଭାର ୪ର୍ଥ ଅଧିବେଶନ ଆରମ୍ଭ ହେବାକୁ ଥିବା ସମ୍ପର୍କିତ ପ୍ରସ୍ତାବ ଥିଲା l

Comments (0)
Add Comment