ସ୍କୁଲ ପରିସରରେ ଭାଲୁ, ଭୟରେ ସ୍କୁଲ ଛାତ୍ରଛାତ୍ରୀ

ନନ୍ଦାହାଣ୍ଡି : ସ୍କୁଲ ପରିସରରେ ଭାଲୁ । ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଚାରି ଗୋଟି ଭାଲୁ । ମା ସହିତ ଦୁଇଟି ଛୁଆ ରହିଛନ୍ତି । ସ୍କୁଲର ଦୁଇ ପାଇଖାନା ମଝିରେ ଏହି ଭାଲୁ ଗୁଡିକ ରହିଥିଲେ । ଭାଲୁ ଗୁଡିକ ଦେଖି ଭୟଭୀତ ଥିଲେ ସ୍କୁଲ ଛାତ୍ର ଛାତ୍ରୀ । ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବର୍ତ୍ତମାନ ୨୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି ଏବଂ ୧୬ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀ ରହିଛନ୍ତି । ଘଟଣା ସ୍ଥଳରେ ବର୍ତ୍ତମାନ ବନ ବିଭାଗର ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଆଜି ସକାଳେ ରାତ୍ରି ଜଗୁଆଳି ୬ଟି ଭାଲୁ ଦେଖିଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି । ବର୍ତ୍ତମାନ ତିନୋଟି ଭାଲୁ ଦେଖା ଯାଉଥିବା କହିଛନ୍ତି ପ୍ରଧାନଶିକ୍ଷକ ଅଭିଳାଷ ସାହୁ । ଅପରପକ୍ଷରେ ସ୍କୁଲ ଛାତ୍ରଛାତ୍ରୀମାନେ ଭୟରେ ସ୍କୁଲରେ ରହିଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲକୁ ଛୁଟି କରା ଯାଇଛି । ଘଟଣା ସ୍ଥଳରେ ନବରଙ୍ଗପୁର ରେଞ୍ଜର ବନ କର୍ମଚାରୀ ମଧ୍ୟରୁ ରେଞ୍ଜର ତଡିତ୍‌ ସ୍ୱାଇଁ, ତେନ୍ତୁଳିଖୁଣ୍ଟି ରେଞ୍ଜ ଫରେଷ୍ଟର ଅମିତ୍‌ ଦାସ, ଫରେଷ୍ଟ ଗାର୍ଡ ଭାସ୍କର ଷଡ଼ଙ୍ଗୀ, ରିତେଶ ସୁନା ଓ ଅନ୍ୟ ବନବିଭାଗ ର କର୍ମଚାରୀ ଉପସ୍ଥିତ ରହି ଭାଲୁର ଗତିବିଧି ଉପରେ ନଜର ରଖିଛନ୍ତି । ଭାଲୁ ଦେଖାଯିବା ବ୍ଲକରେ ନୀତିଦିନିଆ ଘଟଣା ହୋଇଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଥିବାର ନଜର ଆସୁଛି । ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଏହି ସ୍କୁଲ ପରିସରରେ ପ୍ରତିଦିନ ସନ୍ଧ୍ୟାରେ ଭାଲୁ ଆସନ୍ତି ସକାଳ ହେଲେ ଜଙ୍ଗଲକୁ ଚାଲି ଯାଆନ୍ତି କିନ୍ତୁ ଆଜି ଭାଲୁ ଆଉ ନ ଯାଇ ସ୍କୁଲ ପରିସରରେ ରହିଯାଇଛି ତେଣୁ କୌଣସି ଅଘଟଣ ନ ହେଉ ସେଥିପାଇଁ ଆଗୁଆ ପିଲାଙ୍କୁ ଛୁଟି କରାଯାଇଛି । ଆଜି ସକାଳେ ରାତ୍ରି ଜଗୁଆଳି ଜଣକ ଫୁଲ ତୋଳୁଥିବା ସମୟରେ ଦୁଇ ଗୋଟି ବଡ଼ ଭାଲୁ ସହ ଛୁଆ ଭାଲୁ ସ୍କୁଲ ମଧ୍ୟକୁ ପଶିଥିବାର ଦେଖି ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇଥିଲେ ।

Comments (0)
Add Comment