୬୦ କେଜି ଗଞ୍ଜେଇ ସହ ବୋଲେରୋ ଜବତ, ଜଣେ ଗିରଫ

ବାଲିଗୁଡ଼ା: ବେଆଇନ୍‌ ଗଞ୍ଜେଇ ଚୋରାଚାଲାଣ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ୬୦ କେଜି ଗଞ୍ଜେଇ ସହ ବୋଲେରୋ ଜବତ । ଘଟଣାରେ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ସୂଚନା ପ୍ରକାରେ ଅବକାରୀ ବିଭାଗର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଭାରପ୍ରାପ୍ତ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଆଜି ସକାଳ ସମୟରେ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ବିରାଗୁଡ଼ା ଛକ ନିକଟରେ ଗଞ୍ଜେଇ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ କରିଥିବା ଜଣାପଡ଼ିଛି । ସେଥିରୁ ୬୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ସମ୍ପୃକ୍ତ ଗିରଫ ଚାଲାଣକାରୀ ଜଣକ ବାଲିଗୁଡ଼ା ଥାନା ଭଗାମୁଣ୍ଡା ଅଞ୍ଚଳର ସୌମ୍ୟ ରଞ୍ଜନ ପ୍ରଧାନ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି । ଏହି ଟିମ୍‌ରେ ବାଲିଗୁଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ଏସ୍‌ଆଇ ସୁମିତ୍ରା ଦଳାଇ, ଦାରିଙ୍ଗବାଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସାନ୍ତନୁ କୁମାର ପଟ୍ଟନାୟକ, ରାଇକିଆ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଜିମୁତ ବେହେରଦଳାଇଙ୍କ ସହ ଅନ୍ୟ କର୍ମଚାରୀମାନେ ସାମିଲ୍‌ ଥିଲେ । ଅନ୍ୟପଟେ ଏନେଇ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ବାଲିଗୁଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ବେହେରା ।

Comments (0)
Add Comment