ତାରାତାରିଣୀ କଲେଜର ପ୍ରାଣୀ ବିଜ୍ଞାନ ବିଭାଗର ଜୁନିଅର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ: ତାରାତାରିଣୀ ମହାବିଦ୍ୟାଳୟର ପ୍ରାଣୀ ବିଭାଗର ସିନିୟର ଛାତ୍ରଛାତ୍ରୀମାନେ ଜୁନିଅର ପ୍ରଥମ ବର୍ଷର ଛାତ୍ର, ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ପୁରୁଷୋତ୍ତମପୁର କନକା ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହା ପ୍ରାଣୀ ବିଭାଗର ମୁଖ୍ୟ ଡ.଼ ପ୍ରଦୀପ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ସଭାପତି ବାସୁଦେବ ମହାପାତ୍ର, ଅଧ୍ୟାପିକା ଅଧ୍ୟାପକ ନମ୍ରତା ମିଶ୍ର, ଅନିଲ କୁମାର ସାହୁ, ଅମ୍ରିତା ପ୍ରିତମ ନାୟକ, ପଦ୍ମ କର ଓ ଅନ୍ୟାନ୍ୟ ଅତିଥି ଭାବେ ସ୍ମୃତିମୟୀ ମହାପାତ୍ର ଏବଂ ଓକିଲ ଶୁଭ୍ରାଂଶୁ ପଣ୍ଡା ଓ ତାଙ୍କ ଧର୍ମପତ୍ନୀ ଯୋଗ ଦେଇ ଛାତ୍ର, ଛାତ୍ରୀଙ୍କୁ ଭଲ ପାଠ ପଢି କଲେଜ ଓ ବାପା ମାଙ୍କ ନାମ ରଖିବାକୁ ପରାମର୍ଶ ଦେଇଥିଲେ । ସିନିୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଜୁନିୟର ଛାତ୍ରଛାତ୍ରୀଙ୍କୁ ଭଲ ଉପଦେଶ ଦେଇ ସବୁ ସାରଙ୍କ କଥା ମାନି ଚଳିବା ସହିତ ସମସ୍ତଙ୍କ ସହ ମିଳିମିଶି ଚାଲିବାକୁ ପରାମର୍ଶ ଦେଇଥିଲେ । ତେବେ ବିଭାଗର ମୁଖ୍ୟ ଡ଼. ପ୍ରଦୀପ କୁମାର ସାହୁ ମଧ୍ୟ ଛାତ୍ରଛାତ୍ରୀ ମାନେ ଏହି କଲେଜରୁ ପାଠ ପଢ଼ା ସାରି ପିଜି, ଡକ୍ଟରେଟ କରି କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ବିଭିନ୍ନ ବିଭାଗରେ ଚାକିରୀ କରି ବାପା ମାଙ୍କ ନାଁ ରଖିବାକୁ ପରାମର୍ଶ ଦେଇଥିଲେ । ପ୍ରାଣୀ ବିଜ୍ଞାନ ପଢି ଆମେ ନିଜ ଶରୀର ଓ ପରିବେଶ ବିଷୟରେ ମଧ୍ୟ ଅନେକ ଜ୍ଞାନ ଆହରଣ କରିପାରିବ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଣୀ ବିଜ୍ଞାନର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments (0)
Add Comment