ନଳକୂପରୁ ବାହାରୁଛି ମଇଳା ପାଣି ; ରେଢାଖୋଲ କଂଗ୍ରେସ ପ୍ରାର୍ଥୀଙ୍କୁ ଗୁହାରି କଲେ ଗ୍ରାମବାସୀ

ରେଢାଖୋଲ : ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ନାକଟିଦେଉଳ ବ୍ଲକ ସାଲେଭଟା ପାଞ୍ଚୟତର ପଲସବୁରି ନିମତିବୋଶାଇ ଗ୍ରାମରେ ଲୋକମାନଙ୍କର ପାନୀୟ ଜଳ ସଙ୍କଟ ଦୂର କରିବାରେ ବିଜେଡିର ନବୀନ ସରକାର ସମ୍ପୂର୍ଣ୍ଣ ଅସମର୍ଥ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏହି ଗ୍ରାମରେ ପାନୀୟ ଜଳର ସୁବିଧା ନଥିବା ବେଳେ ଏକ ମାତ୍ର ନଳକୂପରୁ ମଇଳା ପାଣି ବାହାରୁ ଥିବା ଯୋଗୁଁ ଲୋକ ମାନେ ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସତ୍ତେ୍ୱ ଏହା ର ମରାମତି ହେଉ ନାହିଁ । ବିଜେଡି ସରକାର ସ୍ୱଚ୍ଛ ଶାସନ ଏବଂ ସ୍ୱଚ୍ଛ ଜଳ ଯୋଗାଣର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବିକ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ମରାମତି ପାଇଁ ମଧ୍ୟ ଆସୁନଥିବା ଅଭିଯୋଗ ହେଇଛି ।


ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ଆସଫ ଅଲ୍ଲୀ ଖାଁ ପ୍ରଚାର ପାଇଁ ଯାଇଥିବା ବେଳେ ଗାଁ ର ମହିଳା ଏବଂ ପୁରୁଷ ଗୁହାରି କରିଥିଲେ । ଏ ନେଇ ଆସଫ ଅଲ୍ଲୀ ଖାଁ ବିଜେଡି ଶାସନ ଏବଂ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଖୋଲା ଆହ୍ୱାନ ଦେବା ସହିତ ବିଜେଡି ୨୪ ବର୍ଷର ଶାସନରେ ଲୋକଙ୍କୁ ମୌଳିକ ସୁବିଧା ଦେଇପାରୁନାହିଁ ବୋଲି କହିବା ସହିତ ଶ୍ରୀ ଆଚାର୍ଯ୍ୟ ଆସି ଏହି ନଳକୂପରୁ ପାଣି ପିଇକି ଯାନ୍ତୁ ବୋଲି କହିଛନ୍ତି ।

Comments (0)
Add Comment