ଚାରିଦିନିଆ ଦିଲ୍ଲୀ ଗସ୍ତରେ ବାଚସ୍ପତି

ଭୁବନେଶ୍ୱର:ଦଶମ ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ, ଭାରତୀୟ ଆଞ୍ଚଳିକ ସମ୍ମିଳନୀ ଦିଲ୍ଲୀର ପାର୍ଲିଆମେଣ୍ଟଠାରେ ଅନୁଷ୍ଠିତ ହେଉଅଛି । ଲୋକସଭାର ବାଚସ୍ପତି ଶ୍ରୀଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତି ଯୋଗଦେଉଛନ୍ତି । ଏଥିରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀସୁରମା ପାଢ଼ୀ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ରାଜ୍ୟ ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ ପ୍ରମୁଖ ଯୋଗଦେଉଛନ୍ତି । ବାଚସ୍ପତି ତାଙ୍କ ଦିଲ୍ଲୀ ଗସ୍ତ ସମୟରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବାରମଧ୍ୟ କାର୍ଯ୍ୟକ୍ରମ ରହିଛି ।

Comments (0)
Add Comment