ଉତ୍କଳ ବିଦ୍ୱତ ପରିଷଦର ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁରୀ: “ସେବା ହିଁ ପରମ ଧର୍ମ ” ଏହି ମନ୍ତ୍ରକୁ ପାଥେୟ କରି ଉତ୍କଳ ବିଦ୍ୱତ ପରିଷଦ ଚଳିତ ବର୍ଷ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛି । ପୂର୍ବ ବର୍ଷ ମାନଙ୍କ ଭଳି ଏହି କାର୍ଯ୍ୟକ୍ରମ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ଓ ପଣ୍ଡିତ ସଭାର ଶହେ ଜଣ ବ୍ରାହ୍ମଣଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇ ଶୁଭାରମ୍ଭ ହୋଇଛି । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖସ୍ଥ ମଣ୍ଡପରେ ଉତ୍କଳ ବିଦ୍ୱତ ପରିଷଦର ସଭାପତି ମନୋଜ ରଥ, ମୁକ୍ତି ମଣ୍ଡପର ସମ୍ପାଦକ ଅଜିତ ମିଶ୍ର, ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଉପସଭାପତି ଉମାବଲ୍ଲଭ ମହାପାତ୍ର, ସହ ସମ୍ପାଦକ ରଘୁନାଥ ମିଶ୍ରଙ୍କ ଉପସ୍ଥିତିରେ ପଣ୍ଡିତ ବ୍ରାହ୍ମଣ ମାନଙ୍କୁ ଶୀତ ବସ୍ତ୍ର ଓ ଦକ୍ଷିଣା ବଣ୍ଟନ କରାଯାଇଥିଲା । ବ୍ରାହ୍ମଣମାନେ ପ୍ରୀତ ହୋଇ ଜଗତ କଲ୍ୟାଣ ଉଦେଶ୍ୟରେ ସ୍ୱସ୍ତି ବାଚନ କରିଥିଲେ ଉତ୍କଳ ବିଦ୍ୱତ ପରିଷଦର ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା, କୋଷାଧକ୍ଷ କମଳାକାନ୍ତ ଆଚାର୍ଯ୍ୟ, ସଦସ୍ୟ ବିରଂଚି ମିଶ୍ର, ଦିବ୍ୟ ରଞ୍ଜନ ଦାଶ, ଶ୍ରୀମତୀ ଜ୍ୟୋତି ମହାପାତ୍ର, ଭବାନୀ ସାମନ୍ତରାୟ, ରାଜେନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଗାମୀ ଦିନରେ ଉତ୍କଳ ବିଦ୍ୱତ ପରିଷଦ ପକ୍ଷରୁ ସମାଜର ବିଭିନ୍ନ ଅସହାୟ ଓ ଅବହେଳିତ ବର୍ଗ ଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯିବ ।

Comments (0)
Add Comment