ଜାରକାରେ ଦୁଇ ଠିକାଦାରଙ୍କ ଘରେ ଜିଏସଟି ବିଭାଗର ଚଢ଼ାଉ

ଯାଜପୁର/ଧର୍ମଶାଳା: ଯାଜପୁର ଧର୍ମଶାଳା ଥାନା ଜାରକା ସ୍ଥିତ ୨ ଠିକାଦାର ଗୌତମ ସାହୁ ଓ ଗଜେନ୍ଦ୍ର ବେହେରା କାର୍ଯ୍ୟାଳୟରେ ଟିକସ ଫାଙ୍କି ଅଭିଯୋଗରେ ଆଜି କେନ୍ଦ୍ରୀୟ ଜୀଏସଟି ପକ୍ଷରୁ ଅଚାନକ ଚଡାଉ କରାଯାଉଛି । ସୂଚନା ମୁତାବକ ଆଜି କେନ୍ଦ୍ରୀୟ ଦଳର ଏକ ଟିମ ଜାରକାରେ ପହଂଚି ଠିକାଦାର ଗୌତମ ସାହୁଙ୍କ ଅଫିସ କାର୍ଯ୍ୟାଳୟ ଚଡାଉ କରିବା ସମୟରେ ଠିକାଦାର ଫେରାର ହୋଇ ଯାଇଥଲେ । ପରେ ଧର୍ମଶାଳା ପୋଲିସ ସହାୟତାରେ ଅଫିସ କାର୍ଯ୍ୟାଳୟ ଖୋଲା ଯାଇ ତଦନ୍ତ ଚାଲି ଥିବାର ସୂଚନା ରହିଛି ।
ପ୍ରକାଶ ଥାଉକି ଠିକାଦାର ଗୌତମ ସାହୁ ଧର୍ମଶାଳାର ପୂର୍ବତନ ବିଜେଡି ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଧର୍ମଶାଳା ବ୍ଲକର ଏକ ନିର୍ଦ୍ଧିଷ୍ଟ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପରିବାର ମାଲିକାନାରେ ଥିବା ଲାଇସେନ୍ସରେ ଠିକାଦାର ଗୌତମ ସାହୁ ବିଭିନ୍ନ ଠିକାଦାରି କାମ କରିଥିବା ଏବଂ ବିଭିନ୍ନ ସମୟରେ ନିମ୍ନମାନର କାମ କରି ବିଲ ଉଠାଉ ଥିବା ଅଭିଯୋଗ ବିଭିନ୍ନ ସମୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜି ଥିଲା ।
ଅନ୍ୟ ପକ୍ଷରେ ଜାରକା ଷ୍ଟିଟ ଅନ୍ୟତମ ଠିକାଦାର ଗଜେନ୍ଦ୍ର ବେହେରାଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଜିଏସଟି ବିଭାଗ ତରଫରୁ ରେଡ୍‌ କରାଯାଇଥିବା ସୂଚନା ରହିଛି ।

Comments (0)
Add Comment