ଦିବ୍ୟାଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା

ଫୁଲବାଣୀ : ଦିବ୍ୟଙ୍ଗଙ୍କ ପାଇଁ ନାହିଁ ଆବାସ ଯୋଜନା । ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ଠାରେ ରାଜ୍ୟ ରାଜପଥକୁ ଲାଗି ରହିଥିବା ଝାଡ଼ପଦର ରାସ୍ତାର ବନ୍ଧ ସାହିରେ ରହୁଥିବା ଦିବ୍ୟାଙ୍ଗ ରଞ୍ଜିତ ବେହେରା କ୍ଷେତ୍ରରେ । ସରକାରଙ୍କ ବିଜୁ ଆବାସ ଯୋଜନା, ଇନ୍ଦିରାଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ପାଇଁ ପାଲଟିଛି ସାତ ସପନ । ଘର ଖଣ୍ଡେ ପାଇବା ପାଇଁ କନ୍ଧମାଳ ଜିଲ୍ଲାପାଳ, ବିଡ଼ିଓ, ବ୍ଲକ ଚେୟାରମ୍ୟାନ, ସରପଞ୍ଚ ସମସ୍ତଙ୍କୁ ଦୀର୍ଘ ୧୦ ବର୍ଷ ହେବ ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନାହିଁ । ଏହାକୁ ନେଇ ରଞ୍ଜିତ ବେହେରା ଓ ତାଙ୍କ ସ୍ତ୍ରୀ ବିଡ଼ିଓଙ୍କୁ ଅବଗତ କରାଇଥିଲେ କିନ୍ତୁ ବିଡ଼ିଓ ତାଙ୍କୁ ଜିଲ୍ଲାପାଳ ଯଦି କହିଛନ୍ତି ତେବେ ଜିଲ୍ଲାପାଳଙ୍କୁ ହିଁ କୁହ ଘର ଦେବେ ମୁଁ ଦେଇପାରିବି ନାହିଁ ବୋଲି କହିଛନ୍ତି । ଯେଉଁମାନେ ହିତାଧିକାରୀ ନୁହନ୍ତି ସେମାନେ ଆବାସ ଯୋଜନର ଲାଭ ଉଠାଉଛନ୍ତି ଅଥଚ ହିତାଧିକାରୀମାନେ ଏଥିରୁ ବଞ୍ଚିତ ହେଉଥିବା ନାନା ସମୟରେ ଅଭିଯୋଗ ହେଉଛି ।

Comments (0)
Add Comment