ଅସହାୟ ମହିଳାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ

ହରଭଙ୍ଗା : ସରକାର ମାତୃ ଗର୍ଭରୁ ଜନ୍ମ ଓ ଜନ୍ମରୁ ମୃତ୍ୟୁ ଓ ମୃତ୍ୟୁ ପରେ ମଧ୍ୟ ଅନ୍ତେଷ୍ଟି କ୍ରିୟା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ବହୁସ୍ଥାନରେ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଥିବା ଯୋଜନାରୁ ବାଦ ପଡିବା ଘଟଣା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତର ପାନ୍ଥଇସାହି ୫ନଂ ୱାର୍ଡର ରେଣୁବାଳା ପାତ୍ରଙ୍କ ପରିବାରରେ । ପରିବାରଙ୍କ ଅଭିଯୋଗ ଅନୁଯାଇ ସ୍ୱାମୀ ବର୍ଷବର୍ଷ ଧରି ବାହାରେ ରହୁଥିବା ବେଳେ ଘରକୁ ଠିକରେ ନଆସିବା ଏବଂ ପରିବାର କୌଣସି ସୁବିଧା ଅସୁବିଧା ପଚାରି ବୁଝୁନଥିବା ଅନ୍ୟପଟେ ତିନୋଟି ଝିଅମଧ୍ୟରୁ ଜଣେ ଝିଅଙ୍କୁ ବିବାହ କାର୍ଯ୍ୟ ସାରିଥିବା ବେଳେ ପାଖରେ ଆଉ ଦୁଇ ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବିକଳାଙ୍ଗ ହୋଇ ଘରେ ପଡି ରହିଛନ୍ତି । ଏଭଳି ଅବସ୍ଥାରେ ଦୁଇ ଛୋଟ ଝିଅଙ୍କୁ ନେଇ ନିଜ ଭାଇ ପାଖରେ ଆଶ୍ରିତ ହୋଇ ରହୁଥିବା ବେଳେ ସେ ଭୂମି ହିନ ହୋଇଥିବା ଏବଂ ଆଜି ପର୍ଯ୍ୟନ୍ତ ନିଜର କୌଣସି ଜମି ପଟ୍ଟା ନଥିବାରୁ ମୋ ଘର ଯୋଜନାରୁ ବଞ୍ଚିତ ମଧ୍ୟ ଥିବା ଛଳଛଳ ଆଖି କୋହଭରା କଣ୍ଠରେ କହିଛନ୍ତି । ଭଙ୍ଗା ଦଦରା ଘରେ ପରିବାର ଧରି ରହୁଥିବା ବେଳେ ରାସନ କାର୍ଡ ଖଣ୍ଡିଏ ମଧ୍ୟ ନାହିଁ ଯାହାକି ପରିବାର ଚଳିବା କଷ୍ଟକର ହୋଇପଡୁଥିବା ନେଇ ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀଙ୍କୁ ପଚାରିବାରୁ ମୁଁ ଘଟଣାକୁ ନେଇ ଉକ୍ତ ମହିଳାଙ୍କ ଘରକୁ ଯାଇ ସମସ୍ୟା ଉପରେ ପଚାରି ବୁଝିବା ସହ ତାଙ୍କୁ ଏକ ତୁରନ୍ତ ଚାଉଳ କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରାଇବି ବୋଲି କହିଥିଲେ ।

Comments (0)
Add Comment