ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଆନୁକୂଲ୍ୟରେ ସମସ୍ତ ବର୍ଗର ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏମ୍ ରବି କୁମାରଙ୍କ ସଂଯୋଜନାରେ ବ୍ଳକ ଶିକ୍ଷା ଅଧିକାରୀ ଟି. କିଶୋର କୁମାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନ ହେଲେ ଚଳିତ ମାସ ୧୬ ତାରିଖରୁ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନେ ସମୂହ ଛୁଟିରେ ରହିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଶିକ୍ଷକମନୋଜ କୁମାର ଗନ୍ତାୟତ,ଏମ୍ ଉମା ପତି, ଭେଙ୍କେଟେଶ୍ୱରଲୁ, ଶ୍ରବଣ କୁମାର, ଏସ ତିରୁପତି ରାଓ,ରାମଚନ୍ଦ୍ର ମିଶ୍ର, ୟୁ ତିରୁପତି, ନନ୍ଦିତା ପାତ୍ରଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଆସନ୍ତା ୧୧.୮. ୨୦୨୩ ରେ ଜିଲ୍ଲା ସ୍ତରୀୟ ରାଲି ପ୍ରତିବାଦ ସଭା କରି ଜିଲ୍ଲା ପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।