ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ

ଗଣିଆ: ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗୋମୁଁହା କୁମ୍ଭୀରଟି ପତୁରିଆ ଗ୍ରାମ ସର ନାଳରେ ମହାନଦୀରେ ବନ୍ୟା ସମୟରେ ଚାଲିଆସିଥିବା ଜଣାପଡିଛି । ଗତ ଶନିବାର ଦିନ ଗ୍ରାମର ଦାଶରଥି ନୟାକଙ୍କ ଗୋଟିଏ ଛେଳିକୁ ଖାଇଦେଇଥିବା ଜଣାପଡିଛି । ସେହିପରି ପାତୁରିଆ ନିକଟ ମହାନଦୀରେ ଅନ୍ୟ ଏକ ଘଡ଼ିଆଳ କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି । କିଛିଦିନ ଧରି ରହିଥିବା ଯୋଗୁ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୁମ୍ଭୀର ଭୟରେ ଲୋକମାନେ ନଦୀ କିମ୍ବା ସର ନାଳକୁ ଗାଧୋଇବା ପାଇଁ ଯାଉନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏନେଇ ଗ୍ରାମବାସୀ ମାନେ ବନବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ବଦକ୍ଷେପ ନିଆଯାଇନାହିଁ । ଏ ସମ୍ପର୍କରେ ଗଣିଆ ବନାଞ୍ଚଳ ଅଧିକାରୀ ସୁମନ ମାଝୀଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ଖବର ନଥିବା ପ୍ରକାଶ କରିଛନ୍ତି ।

Comments (0)
Add Comment