ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ଠାରେ ଗୁରୁ ଦିବସ ଅବସରରେ ବିଜେଡି ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ହୋଇଛି । ଶିବିରରେ ମୋଟ ୧୬୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବିଧାୟକ ପ୍ରତିନିଧ ଜୟ ଢୋଲକିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟଅତିଥି ଭାବେ ଯୋଗଦେଇ
ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଉପାଧ୍ୟକ୍ଷ ଦୀପିକା ଦୀପ, ସିଡିଏମଓ ଚୌଧୁରୀ ଶୋଭାରାଣୀ ମିଶ୍ର, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଳ କର, ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, କାଳିଆ ପ୍ରଧାନ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ବିଜେଡି ରାଜ୍ୟ ସମ୍ପାଦକ ରାଜେଶ ନିଗମ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ମୁରଲୀଧର ଭୋଇ, ଉମା ଠାକୁର, ରବି ବାଗ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ପ୍ରେମଲାଲ ନାଏକ, ନୂଆପଡ଼ା ବ୍ଳକ ସମିତି ସଂଘ ସଭାପତି ନୀଲକମଲ ଚନ୍ଦ୍ରକାର, ବିଜେଡି ନେତା ଧନୀରାମ ସାହୁ, ରାଧେଶ୍ୟାମ ବାଗ ପ୍ରମୁଖ ଯୋଗଦେଇଥିଲେ । ନିୟମିତ ରକ୍ତଦାତା ଶିକ୍ଷକ କିଶୋର ପରିଡ଼ା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।