ନବରଙ୍ଗପୁର:ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନର ଶେଷ ଦିନରେ (ଅଷ୍ଟମ) ଚନ୍ଦହାଣ୍ଡି ବ୍ଲକ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁରର ମିଳିତ ପ୍ରୟାସରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର, ଜିଲ୍ଲା ଅରକ୍ଷୀ ଅଧିକ୍ଷିକା ଏସ ସୁଶ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନବରଙ୍ଗପୁର ସୁଧାଂଶୁ କୁମାର ପାତ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଆଇନଜୀବୀ ହୁମେଶ୍ୱର ହଁସ ଓ ପାରା ଲିଗାଲ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୧ ଜଣଙ୍କୁ ହୁଇଲ ଚେୟାର, ୦୨ ଜଣଙ୍କୁ ଅନ୍ଧବାଡି, ୧୮ ଜଣଙ୍କୁ ଆଶାବାଡି, ଜଣଙ୍କୁ ସହାୟକ ଆଶାବାଡି, ୦୩ ଜଣଙ୍କୁ କର୍ଣ୍ଣ ଉପକରଣ ଏବଂ ୨୦ ଜଣଙ୍କୁ ଭତ୍ତା ପ୍ରଦାନ କରଯାଇଥିଲା । ଏହି ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଲୋକଙ୍କ ଘର ଘର ବୁଲି ଦିବ୍ୟାଙ୍ଗ ମାନେ କିପରି ସେମାନଙ୍କର ନାଜ୍ୟ ଅଧିକାରରୁ ବଞ୍ଚିତ ନ ହେବେ ସେଥିପାଇଁ ପ୍ରଚାର ଜାରି ରଖିଛନ୍ତି ଏବଂ ଯେଉଁମାନେ ସେମାନଙ୍କର ନାର୍ଯ୍ୟ ଅଧିକାରରୁ ବଞ୍ଚିତ ସେମାନଙ୍କୁ ଚିହ୍ନଟ କରୁଛନ୍ତି । ସାରା ଜିଲ୍ଲାର ପ୍ରତେକ ବ୍ଲକରେ ଏହି ସ୍ୱତନ୍ତ୍ର ଅଭିଯାନ ୨୨.୦୫.୨୦୨୩ ଠାରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚଲାଯାଇଛି । ସବିଶେଷ ବିବରଣୀ ପାଇଁ ଟୋଲ-ଫ୍ରି ନମ୍ବର. ୧୮୦୦୩୪୫୭୫୭୧ ରେ ଯୋଗାଯୋଗ କରନ୍ତୁ ।