ପାଟଣାଗଡ଼:ରାଜ୍ୟସଭା ସାଂସଦ ଭାବରେ ନିରଞ୍ଜନ ବିଶି ମନୋନୀତ ହେବା ପରେ ପ୍ରଥମ କରି ବେଳପଡା ଗସ୍ତ କରିଥିଲେ । ବେଳପଡା ଶିବ ମନ୍ଦିର ଦର୍ଶନ କରିବା ପରେ ଆଦିବାସୀ କର୍ମଚାରୀ ସଂଘ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଶୋଭାଯାତ୍ରାରେ ବାଜାର ତାଳେ ତାଳେ ସହର ପରିକ୍ରମା କରି ମାରବାଡି ଧର୍ମଶାଳାରେ ହେଉଥିବା ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନା ସଭା ନରୋତ୍ତମ ମାଝୀଙ୍କ ସଂଯୋଜନାରେ ଆଶାରାମ ହାତୀଖୁଜିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ଶ୍ରୀ ବିଶି ରାଜ୍ୟସଭାକୁ ଯିବା ପରେ ବେଳପଡା ତଥା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଅନୁନ୍ନତ, ପଛୁଆ ଜିଲ୍ଲାରୁ ପୁଣି ଜଣେ ଆଦିବାସୀ ସମ୍ପ୍ରଦାୟରୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଆଦିବାସୀ ମାନଙ୍କୁ ସମ୍ମାନ ଜଣାଇ ଆଦିବାସୀଙ୍କୁ ରାଜ୍ୟସଭାକୁ ପଠେଇଥିବାରୁ ଆଦିବାସୀମାନଙ୍କ ଗର୍ବ ଗୌରବ ବୋଲି ଆନନ୍ଦର ଲହରୀ ଖେଳିଯାଇଛି ।
ଆଜିର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କର୍ମଚାରୀ ସଂଘର ଭୁପାଳ ବିଶ୍ୱାଳ, ଯୁଧିଷ୍ଠିର ବର୍ଗେ, ଧୁବଲେଶ୍ୱର ରାଉତ, ଗିରିରାଜ ଭୋଇ,ପୁରୁଷୋତ୍ତମ ଧରୁଆ, ରାଜକିଶୋର ଛତ୍ରୀଆ, ଚୌବନ ମାଝୀ, ସାରଥୀ ବାଗ, ହୃଷିକେଶ ଭୋଇ, ଘନ ଭୁଏ, ମନବୋଧ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ପରେ ବେଳପଡା ପଞ୍ଚାୟତ କାର୍ଯ୍ୟାଳୟରେ ବେଳପଡା ଗ୍ରାମ ପଞ୍ଚାୟତରେ ରାଜ୍ୟସଭା ସାଂସଦ ଶ୍ରୀ ବିଶି ମହୋଦୟଙ୍କୁ ବେଳପଡା ସରପଞ୍ଚ ହରିଷ ବୁଡେକ ସହ ବିଜେଡ଼ି ର ବନମାଳୀ ଖମାରୀ, ମଧୁସୂଦନ ଦାସ, ଜନାର୍ଦ୍ଦନ ସିଂ ଓ ଶତାଧିକ ପୁରୁଷ ମହିଳା ସ୍ୱାଗତ କରି ସଭା ସ୍ଥଳକୁ ପାଛୋଟି ନେଇଥିଲେ । ସମ୍ବର୍ଦ୍ଧନା ସଭାରେ ଗିରିରାଜ ଭୋଇଙ୍କ ସଭା ସଂଯୋଜନାରେ ବନମାଳୀ ଖମାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଯୋଗଦେଇ ଥିଲେ । ସଭାରେ ଶ୍ରୀ ବିଶି ବେଳପଡା ବ୍ଲକର ସାମୂହିକ ବିକାଶ ପାଇଁ ସମସ୍ତଙ୍କର ସାହାଯ୍ୟ ସହଯୋଗରେ ମିଳିମିଶି ଆଗକୁ ବଢ଼ିବା ପାଇଁ ଆହ୍ୱାନ ଦେଇଥିଲେ । ତଳ ସ୍ତରର ଜନସାଧାରଣ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରୀ ରହିବ । ବେଳପଡା ବ୍ଲକର ପ୍ରମୁଖ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଚେଷ୍ଟା ଜାରୀ ରହିବ । ସଭାରେ ପଞ୍ଚାୟତର ଶତାଧିକ ପୁରୁଷ ମହିଳା ଯୋଗଦେଇ ଥିଲେ । ଶ୍ରୀ ଜନାର୍ଦ୍ଦନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।