ବିକ୍ଷୋଭ ପାଇଁ ପ୍ରସ୍ତୁତ ହେଲେ ପ୍ରାଥମିକ ଶିକ୍ଷକ

ଦଶପଲ୍ଲା : ଦଶପଲା ହରିଡାବାରି ପ୍ରାଥମିକ ବିଦ୍ୟାଳୟଠାରେ ନୂତନ ପେନସନ୍‌ ଭୁକ୍ତ ରେଗୁଲାର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ଦାବିକୁ ଆଗାମୀ ବିଧାନସଭା ଅଧିବେଶନ ସମୟରେ ବିକ୍ଷୋଭ ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଦାବିଗୁଡିକ ମଧ୍ୟରେ ୬ ବର୍ଷ ଠିକା ସମୟକୁ ଚାକିରି କାଳରେ ଗଣନା କରିବା ,୬ ଟି ଇନକ୍ରୀମେଣ୍ଟ ପ୍ରଦାନ କରାଯିବା ,୨୮୦୦ ଗ୍ରେଡ ପେ ପ୍ରଦାନ ଏବଂ ପୁରୁଣା ପେନସନ ପ୍ରଦାନ କରିବା ପ୍ରଭୃତି ଦାବୀ ଉପରେ ଆଲୋଚନା କରାଯାଇଥିଲା । ଦଶପଲା ବ୍ଲକର ବହୁ ଶିକ୍ଷକ ଏହି ଆଲୋଚନାରେ ଅଂଶଗ୍ରହଣ କରି ବିକ୍ଷୋଭକୁ ସଫଳ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

Comments (0)
Add Comment