ଜିଲ୍ଲାସ୍ତରୀୟ ବିଶ୍ୱ ଦୃଷ୍ଟି ଦିବସ ପାଳନ

ସୁବର୍ଣ୍ଣପୁର : ନିଜ ଶରୀରର ପାଞ୍ଚଟି ଇନ୍ଦ୍ରିୟ ମଧ୍ୟରୁ ଚକ୍ଷୁ ହେଉଛି ଗୁରୁତ୍ୱପୁର୍ଣ୍ଣ । ତେଣୁ ନିଜ ଚକ୍ଷୁକୁ ଭଲ ପାଆନ୍ତୁ ଏବଂ ତାର ଯତ୍ନ ନିଅନ୍ତୁ ବୋଲି ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ଦୃଷ୍ଟି ଦିବସ ପାଳନୋତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱ ରଂଜନ ପତି ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ ସୁନେତ୍ର କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଶୁଳ୍କହୀନ ସେବା ଉପରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ଦିବସ ପାଳନର ଇତିବୃତ୍ତ ସହ ଚକ୍ଷୁ ଯତ୍ନର ବିଭିନ୍ନ ଦିଗ ଉପରେ ସବିଶେଷ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ପଦ୍ମହଂସା ଦୋରା ବ୍ୟକ୍ତିସ୍ତରକୁ ସଚେତନତା ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଶିକ୍ଷାର୍ଥୀ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ସାମ୍ୱାଦିକମାନେ ଯୋଗ ଦେଇଥିଲେ ।

Comments (0)
Add Comment