ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହ୍ୟାଣ୍ଡସ୍ ଫର ଆନିମଲ ସଂଗଠନ ଏବଂ ଜିଲ୍ଲା ପଶୁ ସମ୍ପଦ ସିଡିଭିଓଙ୍କ ପକ୍ଷରୁ ସହରର ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ବଣ୍ଟନ କରଯାଇଛି । ଗୋ ଅଷ୍ଟମୀ ଉପଲକ୍ଷେ ପାରଳା ସହର ଏବଂ ଉପକଣ୍ଠରେ ବୁଲା ଗାଈଗୋରୁ ଓ କୁକୁରମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ଥିବାର ଜଣାପଡିଛି । ଏଥିରେ ଜିଲ୍ଲା ପଶୁ ସମ୍ପଦ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଗିରିଶ ମହାନ୍ତିଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ହ୍ୟାଣ୍ଡସ ଫର ଆନିମାଲ ସଂଗଠନ ପକ୍ଷରୁ ଅଧ୍ୟକ୍ଷା ବିଭୂଦତ୍ତା ପଣ୍ଡା, ଅଧ୍ୟକ୍ଷ ଚନ୍ଦ୍ର ଶେଖର, ଦୀପାଞ୍ଜଳୀ ମହାରଣା, ସୁଜିତ୍ ପଣ୍ଡାଙ୍କ ସମେତ ଟିମ୍ର ସମସ୍ତ ସଦସ୍ୟ ମାନେ ବୁଲି ବୁଲି ଗାଈଗୋରୁଙ୍କୁ ମୋଟ ପ୍ରାୟ ୧୦ବସ୍ତାରୁ ଉଦ୍ଧ୍ୱର୍ ପନିପରିବା ଏବଂ କୁକୁର ମାନଙ୍କୁ ମୋଟ ୭୦କେଜିରୁ ଉଦ୍ଧ୍ୱର୍ ଚିକେନ ଭାତ ଖାଇବାକୁ ଦେଇଥିଲେ । ହ୍ୟାଣ୍ଡସ ଫର ଆନିମଲ ସଂଗଠନ ମୁଖ୍ୟତଃ ସହରରେ ଆହତ ଏବଂ ରୋଗୀଣା ପଶୁ ପକ୍ଷୀଙ୍କ ଚିକିତ୍ସା କରି ଆସୁଛନ୍ତି । ଏଥିି ସହ ଏହି ଟିମ୍ ସହରର ବିଭିନ୍ନ ଅଞ୍ଚଳ ବୁଲି ପଶୁ ପକ୍ଷୀଙ୍କୁ ସେବାସୁଶ୍ର ମଧ୍ୟ ପ୍ରଦାନ କରୁଛନ୍ତି । ଯାହାକି ଗତ ଦିବସରେ ଏମାନଙ୍କ କାମ ପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏମାନଙ୍କୁ ସମ୍ମାନିତ କରିଥିଲେ ।ଏମାନଙ୍କ ଏପରି ବଦାନ୍ୟତାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି ।