କଣ୍ଟାବାଞ୍ଜି : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଅଗଷ୍ଟ ମାସ ୧୩ ରୁ ୧୫ ଚାଲିଥିବା ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ନାରାକୁ ରାଲି ମାଧ୍ୟମରେ ଜନ ସଗେତନତା କରିଛନ୍ତି କଣ୍ଟାବାଞ୍ଜି ଏସବିଆଇ ମୁଖ୍ୟ ଓ ସହାୟକ ଶାଖା ସମୂହ, ଏସବିଆଇ ଲୋଗୋ ରହିଥିବା ବ୍ୟାନର, ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ, ବନ୍ଦେମାତରମ ଜୟ ସ୍ୱରରେ ମୁଖ୍ୟ ଶାଖାରୁ ଆରମ୍ଭ ହୋଇ ସହର ପରିକ୍ରମା କରି ଜନସଚେତନତା ପ୍ରଦାନ କରାଯାଇଥିଲା ।