ଦଶପଲ୍ଲା : ନୟାଗଡ ଜିଲ୍ଲାର ୮ଗୋଟି ବ୍ଲକରୁ ଏକକାଳୀନ ୫୨୦ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମିଳିଥିବା ପଦୋନ୍ନତି ଗତ ୨୬ ତାରିଖଠାରୁ କାର୍ଯ୍ୟକାରୀ କରାଯାଇଛି । ଗତ ନଭେମ୍ବର ମାସରୁ ଏହି ପଦୋନ୍ନତି ଲେବଲ ‘ ଭି ‘ ରୁ ଲେଭଲ ‘ ଆଇ ଭି ‘ କୁ ତାଲିକା ପ୍ରସ୍ତୁତ କରାଯାଇ ଥିଲେ ହେଁ କାହାକୁ କେଉଁ ସ୍ଥାନକୁ ଦିଆଯିବ ସ୍ଥିର କରାଯାଇ ପାରି ନଥିଲା । ଏହା ମଧ୍ୟରେ ଜିଲ୍ଲା ପକ୍ଷରୁ ପ୍ରତି ବ୍ଲକ୍ରେ କାଉନସେଲିଂ କରାଯାଇ ଶିକ୍ଷକମାନଙ୍କୁ ନିଜ ପସନ୍ଦର ସ୍ଥାନ ବାଛିବାକୁ ସୁଯୋଗ ଦିଆଯାଇଥିଲା ।ଏହି ପ୍ରକ୍ରିୟା ପରେ ୨୬ତାରିଖ ସଂଧ୍ୟାରେ ର୍ନିେଶନାମା ଜାରି କରାଯାଇଛି । ତଦନୁଯାୟୀ ୧୪୬ଜଣ ସାଧାରଣ ବର୍ଗର , ୫୮ଜଣ ଅନୁସୂଚିତ ଜନଜାତି ଓ ୩୭ଜଣ ଅନୁସୂଚିତ ଜାତି ବର୍ଗର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପ୍ରଧାନ ଶିକ୍ଷକ ପଦୋନ୍ନତି ପାଇଛନ୍ତି । ସେହିଭଳି ୧୭ଜଣ ସ୍ନାତକ ବିଜ୍ଞାନ ଶିକ୍ଷକଙ୍କ ମଧ୍ୟରୁ ମାତ୍ର ଜଣେ ଅନୁସୂଚିତ ଜାତି ବର୍ଗରୁ ପାଇଥିବା ବେଳେ ୧୬ଜଣ ସାଧାରଣ ବର୍ଗରୁ ପାଇଛନ୍ତି । ତଦନୁଯାୟୀ ସ୍ନାତକ କଳା ଶିକ୍ଷକ ୨୬୨ଜଣଙ୍କ ମଧ୍ୟରୁ ଅନୁସୂଚିତ ଜନଜାତିର ୪୭ଜଣ, ଅନୁସୂଚିତ ଜାତିର ୫୬ଜଣ, ସାଧାରଣ ବର୍ଗର ୫୯ଜଣଙ୍କୁ ପଦୋନ୍ନତି ମିଳିଛି । ତେବେ କେତେକ ଶିକ୍ଷକ ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ରହିଥିଲେ ମଧ୍ୟ ପଦୋନ୍ନତି ପରେ ସେମାନଙ୍କ ସ୍ଥାନ ପରିବର୍ତ୍ତନ ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।