କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ଉଭୟ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

ସୁବର୍ଣ୍ଣପୁର: ଆଜି ସର୍ବଭାରତୀୟ ସ୍ତରରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ବାହାରିଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବାରେ ସକ୍ଷମ ହୋଇଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷାରେ ୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଉପରେ ୬ ଜଣ, ୮୦ ରୁ ୯୦ ପ୍ରତିଶତ ମଧ୍ୟରେ ୫ ଜଣ ଏବଂ ୭୦ ରୁ ୮୦ ପ୍ରତିଶତ ମଧ୍ୟରେ ୧୫ ଜଣ ନମ୍ବର ରଖିଛନ୍ତି । ନଟବର ପ୍ରଧାନ ୯୫.୬ % ସହିତ ପ୍ରଥମ ସ୍ଥାନ, ସ୍ମୃତି ସଞ୍ଚିତା ପଧାନ ୯୪.୬ % ସହିତ ଦ୍ୱିତୀୟ, ଜ୍ୟୋତି ରଞ୍ଜନ ପାଣ୍ଡେ ୯୩.୮ % ସହିତ ତୃତୀୟ, ବି ଶୈଳେଶ ୯୨.୮% ସହିତ ଚତୁର୍ଥ ଏବଂ ଶିଭାଙ୍ଗୀ ସାହୁ ୯୨.୪ % ସହିତ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦଶମ ବୋର୍ଡ ପରୀକ୍ଷାରେ ସମସ୍ତ ୩୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସାଇନା ବାଗ ୯୪.୪ %, ଓମକାର ନନ୍ଦ ୯୩.୬% ଏବଂ ସ୍ନେହା ସ୍ମୃତି ମେହେର ୯୩ % ମାର୍କ ରଖି ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଓ ଆଜି କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ସରଭଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଖୁସିର ମୁହୂର୍ତ୍ତରେ ବିଦ୍ୟାଳୟର ମ୍ୟାନେଜିଂ କମିଟି ଅଧ୍ୟକ୍ଷ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲି ସୁନୀଲ ନରୱଣେ , ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଡେପୁଟି କମିଶନର କେନ୍ଦ୍ରିୟ ବିଦ୍ୟାଳୟ ଡଃ ଶ୍ରୀ ହରନ ବୋଷ ଏବଂ ଏଠାକାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାସହିତ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କ ପିତାମାତାମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ Read about permalinks(opens in a new tab)ଅଧ୍ୟାପିକା ପୁନମ୍‌ ପଟେଲ, ଲାଇବ୍ରେରୀଆନ୍‌ ଶିବ ଭୋଇଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

Comments (0)
Add Comment