ବ୍ୟାସ କବି ଜୟନ୍ତୀ ପାଳନ

ଫୁଲବାଣୀ:ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ପରିସରରେ ମକର ମିଳନ ଓ ବ୍ୟାସ କବି ଫକୀର ଜୟନ୍ତୀ କରୋନା କଟକଣା ଭିତରେ କୋଭିଡ ନିୟମକୁ ମାନି ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ କର କମଳରେ ନୂତନ ସଂସ୍କାରିତ ଗୃହକୁ ପ୍ରବେଶ କରାଯାଇଥିଲା । ସମ୍ବାଦ ସାହିତ୍ୟ ଘରର ମିଳିତ ଭାବେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ଯୋଗ ଦେଇଥିବା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ, ଜିଲ୍ଲା ଲେଖକ ସାମୁଖ୍ୟର ସମ୍ପାଦକ ବନବିହାରୀ ନନ୍ଦ ପ୍ରମୁଖ ବ୍ୟାସ କବି ଫକୀର ମୋହନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ଫକୀର ମୋହନଙ୍କ ଜୀବନୀ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ହରପ୍ରିୟା ମିଶ୍ର, ଶିଶୁ ସାହିତ୍ୟିକ ସୋମନାଥ ସାହୁ, ସାହିତ୍ୟିକ ଶନବୀନ ଚନ୍ଦ୍ର ପଣ୍ଡା, ବରିଷ୍ଠ ଆଇନଜୀବୀ ତଥା ସାହିତ୍ୟିକ ରବୀନ୍ଦ୍ରନାଥ ମିଶ୍ର, ଜିଲ୍ଲା ନାଗରିକ ମଞ୍ଚର ସଂଯୋଜକ ଅଶୋକ କୁମାର ପରିଡା, ସାହିତ୍ୟିକ ରାମକୃଷ୍ଣ ବେହେରା, ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ମକର ସଂକ୍ରାନ୍ତୀ ଓ ଫକୀର ମୋହନଙ୍କ ଜୀବନ ଉପରେ ଆଲୋଚନା କରିଥିଲେ । ପରେ ପରେ ଅଧ୍ୟାପିକା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ କବି ପ୍ରଶାନ୍ତ କୁମାର ମହାପାତ୍ର, ରାଜେନ୍ଦ୍ର ନାୟକ, ଅଶୋକ କୁମାର ଭଟ, ସୋମନାଥ ସାହୁ, ଅସିତ ନନ୍ଦ, ବିକେ କାମଲ, ଅନିଲ ପ୍ରଧାନ, ନବୀନ ଚନ୍ଦ୍ର ପଣ୍ଡା, ହରପ୍ରିୟା ମିଶ୍ର, କୈଳାଶ ଚନ୍ଦ୍ର ଧଳ, ନିଜର ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ । ଶେଷରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ଉପ ସଭାପତି ବିଜୟ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲା ବେଳେ କଣ୍ଠ ଶିଳ୍ପୀ ଅସିତ ନନ୍ଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସଂଗଠନ ସମ୍ପାଦକ ପ୍ରସନ୍ନ କୁମାର ପଣ୍ଡାଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କୁନ୍ଦନ ସିଂ, ସଦାଶିବ ପାତ୍ର ପ୍ରଭୃତି ଉପସ୍ଥିତ ଥିଲେ ।

Comments (0)
Add Comment