ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ

ପୁରୀ: ରବିବାର ଅନବସର ଆରମ୍ଭ ହୋଇଥିବା ବେଳେ ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି । ଅଣସର ଦର୍ଶନ ଏକ ଅନନ୍ୟ ଦର୍ଶନ । ଅନବସର ସମୟରେ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତି ହେବାସହ ଜଗନ୍ନାଥ ଦର୍ଶନର ସମ ଫଳ ପ୍ରାପ୍ତି ହୋଇଥାଏ । ଏହି ବିଶ୍ୱାସକୁ ଆଧାର କରି ହଜାର ହଜାର ଭକ୍ତ ଅନବସର ସମୟରେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଅଲାରନାଥଙ୍କୁ ଦର୍ଶନ କରିଥାଆନ୍ତି । ଅନବସର ଦର୍ଶନର ଆଜି ପ୍ରଥମ ଦିନ । ସକାଳୁ ସକାଳୁ ମହାପ୍ରଭୁ ଅଲାର ନାଥଙ୍କୁ ଦର୍ଶନ ନିମନ୍ତେ ପ୍ରବଳ ଭିଡ଼ ଲାଗିଛି । ଭକ୍ତ ମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପରମ୍ପରା ଅନୁସାରେ ଆଜି ରାତି ଚାରିଟାର ଦ୍ୱାର ଫିଟା ଯାଇ ମଙ୍ଗଳ ଆରତୀ, ତଡ଼ପ ଲାଗି, ବେଶ, ଅବକାଶ ଓ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହେବା ପରେ ସକାଳ ଛଟାରୁ ସର୍ବସାଧାରଣ ଦର୍ଶନ ଚାଲିଛି । ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇଛି ।

Comments (0)
Add Comment