ଆଇପିଏସ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଏହି କ୍ରମରେ ବଦଳିଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡା। ତାଙ୍କୁ ହେଲେ ଏଡିଜି ଟ୍ରେନିଂ ଓ ବିପିଏସପିଏ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର। ଏ.କେ ରୟ ହେଲେ ଜେଲ୍ ବିଭାଗ ଡିଜି।

ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ବଦଳି ହୋଇଛି। ତାଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳିଲେ। ତାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।

ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର୍‌ପି କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ। ସେହିପରି ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।

କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ର ହେଲେ କ୍ରାଇମବ୍ରାଞ୍ଚ ଏଡିଜି।

Comments (0)
Add Comment