ବାତ୍ୟା‘ଦାନା’ ପ୍ରଭାବରେ ୧୦୮ ବ୍ଲକ ପ୍ରଭାବିତ: ରାଜସ୍ବ ମନ୍ତ୍ରୀ

ଭୁବେନେଶ୍ଵର : ବାତ୍ୟା ‘ଦାନା’ର ପରବର୍ତୀ ସମୟରେ ବର୍ଷାର ପରିମାଣ କମିଥିବା ବେଳେ ଏବେ ପାଗ ବଦଳିଛି । ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଜୀବନ ଯାତ୍ରା ସ୍ଵ।ଭାବିକ ହେଲାଣି। ରାସ୍ତା ସଫା ହେଇ ଗମନ। ଗମନ ବ୍ୟବସ୍ତା ସୁଧାର ଆସିବା ସହ ବିଦ୍ୟୁତ ସରବରାହ ଓ ପୁନଃ ସଂଯୋଗ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି ।
ବାତ୍ୟାପ୍ରଭାବରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର,ନୟାଗଡ, କଟକଓ ଢେଙ୍କାନାଳ ଆଦି ୧୪ ଟି ଜିଲ୍ଲା ପ୍ରଭାବିତ ହେଇଛି ।
ଏଥିରେ ୧୦୮ ଟି ବ୍ଲକ୍ ର ୧୬୭୧ ଟି ଗ୍ରାମପଞ୍ଚାୟତ ଓ ୮୩୧୭ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ,୩୧ଟି ସହରାଞ୍ଚଳର୪୨୬ ଟି ୱାର୍ଡର ୩୫,୯୫,୦୧୫ ଜନସାଧାରଣ ପ୍ରଭାବିତ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ଲକ୍ଷ୧୦ହଜାର ୮୯୬ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ବାତ୍ୟା ସମୟ ରେ ୬୨୧୦ ଆଶ୍ରୟସ୍ଥଳୀ ଖୋଲାଯାଇଥିବା ବେଳେ ସେଥି ମଧ୍ୟ ରୁ ବର୍ତମାନ ୧୧୭୮ଟି କାର୍ଯକ୍ଷମ ଅଛି । ସେଠାରେ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ଏହି ବ୍ୟବସ୍ତା ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ।
ଏବେ ସୁଦ୍ଧା ୨୩୨୨କୁଇଣ୍ଟାଲ ଚୁଡା ଓ ୨୯୭ କୁଇଣ୍ଟାଲଗୁଡ ଓ ୭୫୫ ପ୍ୟାକେଟ ପଲିଥିନ ରୋଲ ରିଲିଫ୍ ଆକାରରେ ବଣ୍ଟା ଯାଇଛି ।
ଲଗାଣ ବର୍ଷା ଯୋଗୁଁ ୬୫୯୮୪୨ ରୁ ଅଧିକ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ୩୩୫ ଟି ଡାକ୍ତରୀଦଳ ଓ ୨୦୧ଟି ପଶୁଚିକିତ୍ସକ ଦଳ ନିୟୋଜିତ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ୧୨୫୦୯୧.୭ ହେକ୍ଟର ଚାଷ ଜମି ଓ ୫୮୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି ।
ବାତ୍ୟାଦ୍ଵାରା କୁଡିଆ ଘର, ମାଟିଘର, ଓ ଚ।ଳଘର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପଞ୍ଚୟତିରାଜ ବିଭାଗ ପକ୍ଷରୁ ପକ୍କାଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି ।
ସ୍ଵତନ୍ତ୍ର ରିଲିଫ କମିଶନର ସମସ୍ତ ବିଭାଗ ର ସଚିବ ଓ ୧୪ ଟି ଜିଲ୍ଲାର ଜିଲ୍ଲାପାଳ ଙ୍କୁ ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତି ର ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।
ବାତ୍ୟା ସମୟରେ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ଵୟ ରକ୍ଷା କରି କାର୍ଯ କରିବା ଫଳରେ ବାତ୍ୟା ର ସଫଳ ପରିଚାଳନା ସମ୍ଭବ ହୋଇ ପାରିଲା । ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ‘ଶୂନ ମୃତ୍ୟୁହାର’ ବୋଲି ରାଜସ୍ଵ ଓ ବିପର୍ଜୟ ପରିଚାଳନା ମନ୍ତୀ ଶ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି

Comments (0)
Add Comment