ଗୋ ଓ୍ବେଲ୍ ଅଲମ୍ପିଆନ୍ ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲର ଚମତ୍କାର ପ୍ରଦର୍ଶନ

ଗୋ ଓ୍ବେଲ୍ ଅଲମ୍ପିଆନ୍ ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲର ଚମତ୍କାର ପ୍ରଦର୍ଶନ

ବାଲିଗୁଡ଼ା: ଗୋ ଓ୍ବେଲ୍ ଅଲମ୍ପିଆନ୍ ସଙ୍ଗଠନ ନୁଆ ଦିଲ୍ଲୀ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ରେ ଉଚ୍ଚ କୋଟୀର ପ୍ରଦର୍ଶନ । ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ହେଲେ ସେଥିରୁ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଉଚ୍ଚକୋଟୀର ପ୍ରଦର୍ଶନ କରି ସ୍ବର୍ଣ୍ଣ ,ରୋୖପ୍ୟ ଓ କାଂସ୍ୟ ପଦକ ହାତେଇ ନେଇଛନ୍ତି । ଅଧ୍ୟକ୍ଷା ସିଷ୍ଟର ନମିତା କୁଲୁଙ୍କ ଅଧ୍ୟକ୍ଷତାରେ ସ୍କୁଲ୍ ପରିସରରେ ଏକ ସମ୍ବର୍ଧନା ସଭାର ଆୟୋଜିତ କରାଯାଇଥିଲା । ଏଥିରେ ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ଫାଦେର ମନୋରଞ୍ଜନ ସିଂ,ଫାଦେର ଉଦୟନାଥ ବିଷୋୟୀ କୃତି ଛାତ୍ରଛାତ୍ରୀଙ୍କୁ ମେଡାଲ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପୁଷ୍ପିତା ପି.ସିଂ, ସିଷ୍ଟର ରେଖା, ସିଷ୍ଟର ଅଞ୍ଜଳି ଦାସ, ଶିକ୍ଷକ ଏସରାନ୍ ଦିଗାଲ,ଲକ୍ଷ୍ମିକାନ୍ତ ନାୟକ, ବିଶ୍ବଜିତ ନାୟକ,ଶିକ୍ଷୟିତ୍ରୀ ସ୍ୱାଗତିକା ପୃଷ୍ଟିଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟପଟେ ଏଭଳି ସଫଳତା ପାଇଁ ଅଧ୍ୟକ୍ଷା ନମିତା କୁଲୁ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଇଥିବା ବେଳେ ଏହି ଅନୁଷ୍ଠାନ ଆଗକୁ ଆହୁରି ଅଗ୍ରଗତି କରିବ ବୋଲି ଆଶା ବାନ୍ଧିଛନ୍ତି । ସେପଟେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବା ଏବଂ ଏଥିରେ ସଫଳତା ପାଇବା ଆମପାଇଁ ଗର୍ବ । ଆମେ ଏହି ପୁରସ୍କାର ପାଇ ଯେତିକି ଖୁସି ଅଛୁ ଆମ ବିଦ୍ୟାଳୟକୁ ନେଇ ମଧ ବେସ୍ ଗର୍ବିତ ବୋଲି କହିଛନ୍ତି କୃତି ଛାତ୍ରଛାତ୍ରୀ ।

Comments (0)
Add Comment