ଭୁବନେଶ୍ବର : ଏଥର ରାଜଧାନୀ ଦୁର୍ଗାପୂଜାରେ ବାଜିବନି ଡିଜେ । ଭୁବନେଶ୍ବରରେ ଦୁର୍ଗାପୂଜା ପାଳନ ନେଇ ଆସିଛି କଟକଣା । ପୂଜା ଓ ଭସାଣି ଶୋଭାଯାତ୍ରାରେ ଶୁଭିବନି ଡିଜେ ସାଉଣ୍ଡ। ନିଶାମୁକ୍ତ ପାଇଁ ପୂଜା କମିଟି ଦେବେ ସତ୍ୟପାଠ । ପୂଜାକୁ ମଦମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ଦିଆଯାଇଛି ପରାମର୍ଶ । ପୂଜା କମିଟି ଓ ପୋଲିସ ବୈଠକରେ ଏ ନିଷ୍ପତ୍ତି ହୋଇଛି । ବୈଠକରେ ମେୟର ଓ ବିଧାୟକ ଉପସ୍ଥିତ ଥିଲେ । କିଛି ଦିନ ପୂର୍ବରୁ କଟକରେ ମଧ୍ୟ ଦଶହରାରେ ଡିଜେ ବ୍ୟାନ କରାଯାଇଥିଲା ।