ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଧର୍ମଗଡ଼ : କଲମପୁର ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ତରୁଣ ମାଝିଙ୍କ ପୁଅ ତୁଲାରାମ ମାଝି (୨୫)ଙ୍କ ମୃତ୍ୟୁ ଖବର ଗାଁରେ ଆସି ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ତୁଲାରାମ ଦାଦନ ଶ୍ରମିକ ଭାବେ ବେଙ୍ଗାଳୁରୁର କାଡବା ଅଞ୍ଚଳର ଜଣେ ଠିକାଦାର ପାଖରେ କାମ କରୁଥିଲେ । ସେଠାରେ ସେ ଏକାଧିକ ମହଳା ବିଶିଷ୍ଟ ଘରରୁ ତଳେ ପଡିଯିବାରୁ ତାଙ୍କର ଦେହାନ୍ତ ହୋଇଥିବା ଖବର ଆସିଥିଲା । ପରିବାର ଲୋକେ ତୁଲାରାମ କାର୍ଯ୍ୟ କରୁଥିବା ଘଟଣାସ୍ଥଳକୁ ଯାଇ ଶବ ଫେରାଇ ଆଣିବାକୁ ଚେଷ୍ଠା କରୁଥିବା ଜଣାପଡ଼ିଛି । ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହା ପରେ ଶବ ନିଜ ଗାଁକୁ ଅଣାଯିବ ଯାହାକି ଦୁଇ ତିନି ଦିନ ଲାଗିବ ବୋଲି ସଂପର୍କୀୟମାନେ ସୂଚନା ଦେଇଛନ୍ତି ।

Comments (0)
Add Comment