ପୁରୀ : ନିଖିଳ ଉତ୍କଳ ବିଶ୍ୱକର୍ମା ସମିତିର ରାଜ୍ୟସ୍ତରୀୟ ବୈଠକ ପୁରୀ ଶାଖା ଆନୁକୁଲ୍ୟରେ ଶରଧାବାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମିତିର କୋଣାର୍କଠାରେ ଥିବା ଜମି ଓ ଏହାର ଆନୁସଙ୍ଗିକ ବିକାଶ ପାଇଁ ଏକ ପରିଷଦ ଗଠନ କରାଯାଇଥିଲା । ପରିଷଦର ଅଧ୍ୟକ୍ଷ ଭାବେ ପୂର୍ତ୍ତ ବିଭାଗର ପ୍ରାକ୍ତନ ମୁଖ୍ୟ ଯନ୍ତ୍ରୀ ରାମକୃଷ୍ଣ ମହାରଣା, ଯୁଗଳ କିଶୋର ମହାରଣା ଏବଂ ରବି ମହାରଣାଙ୍କୁ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ସେହିପରି ବଟକୃଷ୍ଣ ଓଝା, ନିରଞ୍ଜନ ମହାରଣା, ମନୋରଞ୍ଜନ ମହାରଣା ଓ ଦେବରାଜ ମହାରଣା ସଂଯୋଜକ ଭାବେ ମନୋନୀତ ହୋଇଥିବାବେଳେ ସୂର୍ଯ୍ୟ ନାରାୟଣ ମହାରଣା, ଗୋବିନ୍ଦ ମହାରଣା, ରଶ୍ମିରଞ୍ଜନ ମହାରଣା ଓ ଅମାରେଶ୍ୱର ଓଝା ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଏହି ପରିଷଦ ବିଭିନ୍ନ ଜିଲ୍ଲାରେ ବିଶ୍ୱକର୍ମା ମନ୍ଦିର ଓ ଭବନ ନିର୍ମାଣ ନିମନ୍ତେ ଥିବା ଜମି ଓ ଆବଶ୍ୟକ ସ୍ଥଳେ ସରକାରୀ ସ୍ତରରେ ଆବଣ୍ଟିତ ଜମିକୁ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବ । ପରିଷଦର ସଫଳ ସଞ୍ଚାଳନ,ରାଜଧାନୀରେ ସମିତିର ମୁଖ୍ୟ କାର୍ଯ୍ୟାଳୟ ଓ ଅତିଥି ଭବନ ନିର୍ମାଣ କରିବାକୁ ନବ ନିଯୁକ୍ତ ଅଧ୍ୟକ୍ଷ ବୈଠକରେ ପ୍ରସ୍ତାବ ରଖିଥିଲେ । ବିଶ୍ୱକର୍ମା କୌଶଳ ବିକାଶ କେନ୍ଦ୍ର ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ବୈଠକରେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ଓ ରାଜ୍ୟ ନେତୃମଣ୍ଡଳୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।