ସୋହମ୍‌ ଆନୁକୂଲ୍ୟରେ ପାଳିତ ହେଲା ବନ ମହୋତ୍ସବ

ଦଶପଲ୍ଲା : ନୟାଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ସୋହମ୍‌’ ଶରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବ ଗିରି ପର୍ଯ୍ୟଟନ ସ୍ଥଳରେ ବନ ମହୋତ୍ସବ – ୨୦୨୩ ପାଳନ କରିଅଛି । ଏହାକୁ ଖେଡ଼ପଡ଼ା ବନପାଳ ଶ୍ରୀମତୀ ସୁମିତ୍ରା ମିଶ୍ର, ଶରଧାପୁରର ଯୁବ ସମାଜସେବୀ ସନ୍ତୋଷ କୁମାର ମୁଦୁଲି, ସଂଗଠନର ଉପସଭାପତି ବିଶିଷ୍ଟ ପରିବେଶବିତ୍‌ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି ଓ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ବୃକ୍ଷ ଦେବତାଙ୍କୁ ପୂଜା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେଠାରେ ବେଲ, ଅଶୋକ, ନିମ୍ବ, ବଉଳ ଆଦି ଅନେକ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୋହମ୍‌ ସଂଗଠନର ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ପ୍ରଶାନ୍ତ କୁମାର ଶତପଥୀ, ରବୀନ୍ଦ୍ର କୁମାର ନାୟକ, ସ୍ୱେଚ୍ଛାସେବୀ ନିର୍ମଳ ଚନ୍ଦ୍ର ନାୟକ, ସୁଶାନ୍ତ କୁମାର, ସୁରେଶ କୁମାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Comments (0)
Add Comment