ଘରଡିହ ଶୂନ୍ୟ ପରିବାରଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବାଲିଗୁଡ଼ା: ରାଜ୍ୟର ଗ୍ରାମାଞ୍ଚଳ ମାନଙ୍କରେ ବସବାସ କରୁଥିବା ଏବଂ ଆଇନାନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଘରଡିହ ଶୂନ୍ୟ ପରିବାରଙ୍କୁ ବାସୋପଯୋଗୀ ଜମି ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ତଦନୁଯାୟୀ ଘରଡିହଶୂନ୍ୟ ପରିବାରମାନଙ୍କ ନୂତନ ସର୍ବେକ୍ଷଣ କରିବା ନିମେନ୍ତ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସର୍ବେକ୍ଷଣ ଗତ ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହୋଇ ୧୫ ସେପ୍ଟେମ୍ବର ୨୦୨୪ରେ ଶେଷ ହେବକୁ ଥିବା ବେଳେ କନ୍ଧମାଳ ଜିଲ୍ଲା କ.ନୁଆଗାଁ ତହସିଲ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ରାଜସ୍ୱ ପରିଦର୍ଶକ, ରାଜସ୍ୱ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକମାନେ ପ୍ରତ୍ୟେକ ଗ୍ରାମ ଗସ୍ତ କରି ଘରଡିହ ଶୂନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବେ ଏବଂ ସେମାନଙ୍କଠାରୁ ଆବେଦନପତ୍ର ଗ୍ରହଣ କରିବେ । ଏତଦ୍ ବ୍ୟତୀତ ଏହି ସମୟ ମଧ୍ୟରେ ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଓ ଶୁକ୍ରବାର ଦିନ ଘରଡିହଶୂନ୍ୟ ବ୍ୟକ୍ତିମାନେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜମି ପାଇଁ ଆବେଦନପତ୍ର ଦାଖଲ କରିପାରିବେ ବୋଲି କହିଛନ୍ତି କ.ନୁଆଗାଁ ତହସିଲଦାର ରାମକୃଷ୍ଣ ମିଶ୍ର ।

Comments (0)
Add Comment