୪୮୮ ଓ ୬୬୨ ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି

ବାଲିଗୁଡ଼ା: ଜୋର୍‌ ଧରିଲା ମହାବିଦ୍ୟାଳୟ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଲାଗୁ ପ୍ରକ୍ରିୟାର ପୁନଃ ବିଚାର କରିବାକୁ ଦାବି । ତା-୦୫.୦୬.୨୦୨୨ ଦିଗରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିଠାରେ ୪୮୮ ଓ ୬୬୨ ବର୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ପ୍ରକ୍ରିୟାକୁ ବିରୋଧ କରିବାସହ କ୍ଷୋଭ ପ୍ରକାଶ କରିଛନ୍ତି ଶିକ୍ଷକ ଓ ଅଣଶିକ୍ଷକ । ଏଥିପାଇଁ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ମନ୍ତ୍ରୀ, ବିଜେଡ଼ି ରାଜ୍ୟ ସଙ୍ଗଠନ ସମ୍ପାଦକ ଏହାର ପୁନଃ ବିଚାର କରି ସପ୍ତମ ବେତନର ପ୍ରକୃତ ହାର ପାଇବାରୁ ବଞ୍ଚିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ଶିକ୍ଷକ । ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ୪୮୮ ଓ ୬୬୨ ବର୍ଗର ଶିକ୍ଷକ ଓ ଅଣଶିକ୍ଷକ ଉପସ୍ଥିତ ଥିଲେ ।

Comments (0)
Add Comment