ପୁରୀ : ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଶ୍ୱସ୍ତି ଫାଉଣ୍ଡେସନ ଟ୍ରଷ୍ଟ ପରିସରରେ ମହିଳା ସଶକ୍ତିକରଣ ଓ ମହିଳାଙ୍କ ବିକାଶ ପାଇଁ ଏକ ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ସୋତନ୍ତ୍ର ଅଧିକାର ଓ କାର୍ଯ୍ୟ ଲିପି ବିଷୟରେ ଆଲୋଚନା କରାଯାଇଥିଲା । ଏଥି ସହିତ ଫାଉଣ୍ଡେସନର ସମସ୍ତ ସଦସ୍ୟ ମାନେ ମହିଳାଙ୍କ ଅଧିକାର ବଜାଇ ରଖିବା ପାଇଁ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦିକା ଗିରିଜାମଞ୍ଜରୀ ପଣ୍ଡା ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନବନିତା ପାତ୍ର, କମଳିନୀ ମହାପାତ୍ର, ସୁକନ୍ୟା ପଣ୍ଡା, ମାୟାବତୀ ଆପଟ, ରାଜଶ୍ରୀ ପହର, ମୀନାଖି ମହାନ୍ତି, ପୂଜା ପ୍ରିୟଦର୍ଶୀ, ସଂଗୀତା ସାହୁ, ମୋନାଲିସା ଶ୍ରୀଚନ୍ଦନ ଓ ସଂଘମିତ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।