ଭୁବନେଶ୍ୱର,୧୩।୭: ଡ୍ରାଇଭର ଆନ୍ଦୋଳନକୁ ନେଇ ଆସିଲା ଆଉ ଏକ ବଡ଼ ଖବର । ଆହୁରି ଜୋରଦାର ହେବ ଡ୍ରାଇଭର ଆନ୍ଦୋଳନ । ୧୫ରୁ ଆନ୍ଦୋଳନକୁ ଜୋରଦାର କରିବ ଡ୍ରାଇଭର ସଂଘ । ଆନ୍ଦୋଳନ ଜୋରଦାର ପାଇଁ ଆହ୍ବାନ ଦେଲେ ସଭାପତି । ସମସ୍ତ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବାକୁ ଆହ୍ବାନ । ଭିଡିଓ ବାର୍ତ୍ତା ଦେଲେ ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । କହିଛନ୍ତି, ସରକାର ଡ୍ରାଇଭରଙ୍କୁ ଅଣଦେଖା କରୁଛନ୍ତି । ଏବେ କର ବା ମର ସ୍ଥିତି କହି ଆହ୍ବାନ କଲେ ପ୍ରଶାନ୍ତ ମେଣ୍ଡୁଲି । ମେଣ୍ଡୁଲିଙ୍କୁ ପୋଲିସ ଖୋଜୁଥିବା ବେଳେ ପୁଣି ଆନ୍ଦୋଳନ ଧମକ ଦେଇଛନ୍ତି ମେଣ୍ଡୁଲି ।