ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣ ପତ୍ର ବଣ୍ଟନ

ବାଲିଗୁଡା : ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବିଭିନ୍ନ ଜିଲ୍ଳାର ପ୍ରମୁଖ ମନ୍ଦିରମାନଙ୍କୁ ନିମନ୍ତ୍ରଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୁରୀରୁ ଆସିଥିବା ସେବାୟତ ଓ ଅଧିକାରୀ ପାରଳାଖେମୁଣ୍ଡି ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଓ କାଶୀନଗରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନ୍‌ ସେବାୟତଙ୍କୁ ଭବ୍ୟ ସମ୍ବର୍ଦ୍ଧନାରେ ଗୁଣ୍ଡିଚା ବାଡି ମନ୍ଦିରରୁ ପାଛୋଟି ନିଆଯାଇଥିଲା । ଶିବଶଙ୍କର ରଣା ସେବାୟତ, ସତ୍ୟଶିବ ସୁନ୍ଦର ଚଉପଟ୍ଟନାୟକ, ସେବାୟତ , ସୁଭାଷ ଚନ୍ଦ୍ର ମହାନ୍ତି,ସେବାୟତ ଓ ନୋଡାଲ ଅଫିସର ସ୍ୱରୂପ କୁମର କର ତିନି ସେବାୟତ ଓ ନୋଡାଲ ଅଫିସରଙ୍କୁ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବୀରେନ୍ଦ୍ର କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ଗଜପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ମହାଦେଇ ସୁଶ୍ରୀ କଲ୍ୟାଣୀ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧକ୍ଷ, ପୌରପରିଷଦ ପାରଳାଖେମୁଣ୍ଡି ଓ ଆଲୋକ କୁମାର ପ୍ରଧାନ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ସଂକୀର୍ତ୍ତନ, ବିରବାଦ୍ୟ, ଓଡ଼ିଶୀ ନୃତ୍ୟ କଳାକାର ସମବେତ ଜନତାଙ୍କ ମାଧ୍ୟମରେ ସମସ୍ତ ସେବାୟତଙ୍କୁ ସ୍ୱାଗତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ,ସମସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ କରାଯାଇଥିଲା ।

Comments (0)
Add Comment